ETV Bharat / state

ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ପ୍ରଥମ ଜଳ ସେଚନ ଆରମ୍ଭ

author img

By

Published : Jul 8, 2021, 7:59 AM IST

ଜୟପାଟଣା ବ୍ଲକ ମଙ୍ଗଳପୁରଠାରେ ଆରମ୍ଭ ହେଲା ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ପ୍ରଥମ ଜଳସେଚନ । ପ୍ରଥମ ଥର ପାଇଁ ଅପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ଖରିଫ ଚାଷ ପାଇଁ ଜଳ ଯୋଗାଣ କରାଯାଇଛି। ଅଧିକ ପଢନ୍ତୁ...

ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ପ୍ରଥମ ଜଳ ସେଚନ ଆରମ୍ଭ
ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ପ୍ରଥମ ଜଳ ସେଚନ ଆରମ୍ଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁରଠାରେ ଆରମ୍ଭ ହେଲା ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ପ୍ରଥମ ଜଳସେଚନ । ପ୍ରଥମ ଥର ପାଇଁ ଅପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ଖରିଫ ଚାଷ ପାଇଁ ଜଳ ଯୋଗାଣ କରାଯାଇଛି।

ଜଳଯୋଗାଣ ଉତ୍ସବରେ ଜଳସେଚନ ବିଭାଗ ମୁଖ୍ୟ ନିର୍ବାହୀ ଅଧିକାରୀ ବିଭୁ ଚରଣ ମିଶ୍ର, ସ୍ଥାନୀୟ ବିଧାୟକ ପ୍ରଦୀପ ଦିଶାରୀ ପ୍ରମୁଖ ଯୋଗ ଦେଇ ଜଳ ଯୋଗାଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଉଠା ଜଳସେଚନ ପ୍ରକଳ୍ପରୁ ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକର ୨୪ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ ଜଳ ସେଚିତ ହୋଇପାରିବ । ଏହାକୁ ନେଇ ଚାଷୀ ମହଲରେ ବେଶ ଉତ୍ସାହ ପ୍ରକାଶ ପାଇଛି।

ପ୍ରକାଶ ଥାଉକି, ବହୁ ପ୍ରତିକ୍ଷୀତ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ କଳାହାଣ୍ଡି ଚାଷୀଙ୍କର ସ୍ବପ୍ନ ଥିଲା । ଚଳିତବର୍ଷ ଜାନୁଆରୀ 14 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଇନ୍ଦ୍ରାବତୀ ପ୍ରକଳ୍ପର ଉଦଘାଟନ କରିଥିଲେ । ତେବେ ଏହି ପ୍ରକଳ୍ପ ପାଇଁ 986.71 କୋଟି ଖର୍ଚ୍ଚ ହୋଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.