ETV Bharat / state

ମାତିଛନ୍ତି କାଠ ମାଫିଆ, ଲୁଟୁଛନ୍ତି କାଠ - timber

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ କାଠ ମାଫିଆଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି । ଜଙ୍ଗଲରୁ ଲୁଟି ଚାଲିଛନ୍ତି ମୂଲ୍ୟବାନ କାଠ । ଅଧିକ ପଢନ୍ତୁ...

ମାତିଛନ୍ତି କାଠ ମାଫିଆ
ମାତିଛନ୍ତି କାଠ ମାଫିଆ
author img

By

Published : Jun 15, 2021, 10:57 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବଢି ଚାଲିଛି କାଠ ମାଫିଆଙ୍କ ପ୍ରାର୍ଦୁଭାବ । ଜିଲ୍ଲାର ବିଭିନ୍ନ ସ୍ଥାନରେ କାଠ ମାଫିଆମାନେ ସେମାନଙ୍କ କଳାଧନ୍ଦା ଜାରି ରଖିଛନ୍ତି । ବିଭିନ୍ନ ଜଙ୍ଗଲରୁ ମୂଲ୍ୟବାନ କାଠ ଲୁଟି ଚାଲିଛନ୍ତି ମାଫିଆ । ବନ ବିଭାଗ ପକ୍ଷରୁ ଅନେକ ସମୟରେ ଚଢାଉ କରାଯାଇ ମାଫିଆମାନଙ୍କୁ କାବୁ କରିବା ସହିତ ମୂଲ୍ୟବାନ କାଠ ଜବତ ହୋଇଛି ।

ମାତିଛନ୍ତି କାଠ ମାଫିଆ

ଅନେକ ସମୟରେ ବନ ବିଭାଗ ଆଖିରେ ଧୂଳି ଦେଉ ମାଫିଆ ଚମ୍ପଟ ମାରୁଥିବା ନଜରକୁ ଆସିଛି । ଜଙ୍ଗଲକୁ ଲୁଟି ଚାଲିଥିବା ବାଲସିଙ୍ଗା ଗାଁର ଏକ କାଠ ମାଫିଆ ଗୋଷ୍ଠୀ ଉପରେ ମିଳିତ ଚଢାଉ କରିଛି ନର୍ଲା ବନ ବିଭାଗ ଓ ମ.ରାମପୁର ବନ ବିଭାଗ । ଏହି ମିଳିତ ଅପରେସନରେ ୧୨୦ ଖଣ୍ଡ ମୂଲ୍ୟବାନ ଶାଳ କାଠ ଜବତ କରିବା ସହିତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ବୈଷ୍ଣବ ବାହୁକଙ୍କ ବେଆଇନ କାଠ ଗୋଦାମ ଉପରେ ଚଢାଉ କରିଥିଲେ । ଏଥିରୁ ୧୨୦ ଖଣ୍ଡ ଶାଳକାଠ ଜବତ କରାଯାଇଥିଲା ।

ଜବତ କାଠର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ବନ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ କାଠମାଫିଆ ବୈଷ୍ଣବ ବାହୁକଙ୍କ ଦ୍ବାରା ସ୍ଥାନୀୟ ଜଙ୍ଗଲରୁ ଦୀର୍ଘ ଦିନରୁ ଚୋରା କାଠ କାରବାର ଚାଲି ଆସୁଥିଲା । କାରବାରକୁ ପଣ୍ଡ କରିଛି ବନ ବିଭାଗ ।

କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.