ETV Bharat / state

ଭୁଶୁଡ଼ିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ, ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ

author img

By

Published : Oct 28, 2021, 1:08 PM IST

ଭୁଶୁଡ଼ିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ । ଶହ ଶହ ହେକ୍ଟର ଚାଷଜମିରେ ମାଡ଼ିଗଲା ପାଣି । ବ୍ୟାପକ ଫସଲ ନଷ୍ଟ ହେବା ସହ ପାଜେନ ଗାଁ ଭିତରକୁ ପାଣି ପଶି ୨ରୁ ୩ଟି ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଭୁଶୁଡ଼ିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ, ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ

ଭବାନୀପାଟଣା: ଭୁଶୁଡ଼ିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ । ଶହ ଶହ ହେକ୍ଟର ଚାଷଜମିରେ ମାଡ଼ିଗଲା ପାଣି । ବ୍ୟାପକ ଫସଲ ନଷ୍ଟ ହେବା ସହ ପାଜେନ ଗାଁ ଭିତରକୁ ପାଣି ପଶି ୨ରୁ ୩ଟି ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଇନ୍ଦ୍ରାବତୀ ଦକ୍ଷିଣ କେନାଲ କଲମପୁର ବ୍ଲକ ପାଜେନ ଗାଁ ନିକଟରେ କେନାଲ ବନ୍ଧ ଦୁର୍ବଳ ଯୋଗୁ ଭାଙ୍ଗି ଥିବା ଅଭିଯୋଗ ହୋଇଛି।

ବର୍ତ୍ତମାନ ଚାଷୀଙ୍କ ଧାନ ଅମଳ କ୍ଷମ ଅବସ୍ଥାରେ ଥିବାବେଳେ, କେନାଲର ପାଣି ମାଡିଯିବା ଯୋଗୁଁ ହେକ୍ଟର ହେକ୍ଟର ଚାଷ ଜମି ବାଲିଚର ହୋଇ ଫସଲ ନଷ୍ଟ ହେବା ନେଇ ଚାଷୀ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ଚାଷୀ ଇନ୍ଦ୍ରାବତୀ ବିଭାଗୀୟ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ।

ବର୍ତ୍ତମାନ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପାଇଁ ଇନ୍ଦ୍ରାବତୀ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ପହଞ୍ଚିଥିବା ଜଣାପଡିଛି। ତେବେ ପୂର୍ବରୁ ମଧ୍ୟ କେନାଲରେ ଘାଇ ହୋଇ ବ୍ୟାପକ ଫସଲ ନଷ୍ଟ ହୋଇଥିଲା। କ୍ଷତିପୂରଣ ବାବଦକୁ ସହାୟତା ପାଇନଥିବା ବେଳେ ଏବେ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀ ମହଲରେ ଦାବି ହୋଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.