ETV Bharat / state

ଆଉ ଶୁଭୁନି ନିହାଣର ଠୁକୁଠୁକୁ ଶବ୍ଦ, ଦୁର୍ଦ୍ଦିନରେ କାଠ କାରିଗର - କଳାହାଣ୍ଡି ଖବର

ଦୁର୍ଦ୍ଦିନରେ ଏବେ ଦିନ କାଟୁଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଖଇରପଦର ଗାଁର କାଠ କାରିଗର। କୋରୋନା ଛଡାଇନେଇଛି ରୋଜଗାର । ଅଧିକ ପଢନ୍ତୁ...

ଆଉ ଶୁଭୁନି ନିହାଣ ର ଠୁକ ଠୁକ ଶବ୍ଦ, ଦୁର୍ଦ୍ଦିନରେ କାଠ କାରିଗର

author img

By

Published : Jun 28, 2021, 8:13 AM IST

Updated : Jun 28, 2021, 9:15 AM IST

ଭବାନୀପାଟଣା: ଆଉ ଶୁଭୁନି ନିହାଣର ଠୁକୁଠୁକୁ ଶବ୍ଦ। ରୋଜଗାର ଛଡାଇ ନେଇଛି ମହାମାରୀ କୋରୋନା। ଜୀବିକା ହରାଇଛନ୍ତି କାଠ କାରିଗର। ବିକ୍ରି ହେଉନି ଉତ୍ପାଦ ମେଣ୍ଟୁନି ଗୁଜୁରାଣ। ଦୁର୍ଦ୍ଦିନରେ ଏବେ ଦିନ କାଟୁଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଖଇରପଦର ଗାଁ ର କାଠ କାରିଗର। ସୁକ୍ଷ୍ମ କାରିଗରୀ ପାଇଁ ଯେଉଁ ଗାଁରେ ଦିନେ ଗ୍ରାହକଙ୍କ ଗହଳି ଲାଗୁଥିଲା ସେଠି ଆଜି ଖାଁ ଖାଁ। ସତେ ଯେମିତି ଏବେ ସ୍ତବ୍ଧ ହୋଇ ଯାଇଛି ଏହି ଶିଳ୍ପୀ ଗାଁ।

ଆଉ ଶୁଭୁନି ନିହାଣ ର ଠୁକ ଠୁକ ଶବ୍ଦ, ଦୁର୍ଦ୍ଦିନରେ କାଠ କାରିଗର

କୋରୋନା କାରଣରୁ ଲକଡାଉନ ସଟଡାଉନ ଜାରୀ ରହିଥିବା ବେଳେ ଏହି ସମୟରେ ଏହି ଶିଳ୍ପୀ ମାନଙ୍କ ଜୀବିକା ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି। ଗ୍ରାହକ ଆସୁନଥିବା କାରଣରୁ ସାମଗ୍ରୀ ଗୁଡିକ ପଡି ରହିଛି, ଏଭଳି ପରିସ୍ଥିତିରେ ସରକାରଙ୍କ ତରଫରୁ ସହାୟତା ପାଇଁ ସେମାନେ ନିବେଦନ କରିଛନ୍ତି।

ଖାଇରପଦରରେ ୪୦ ରୁ ଅଧିକ ମହାରଣା ପରିବାର ବାସ କରନ୍ତି। ନିର୍ଜୀବ କାଠ ଗଣ୍ଡିରେ ଜୀବନ୍ତ ରୂପ ଦେଇ ଏମାନେ ନିଜ ପରିବାର ପ୍ରତିପୋଷଣ କରନ୍ତି ।ଏଠାରେ ନିର୍ମିତ ହେଉଥିବା ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସହିତ ହାତୀ ଘୋଡାର ଚାହିଦା ଦେଶ ବିଦେଶରେ ମଧ୍ୟ ରହିଛି। କିନ୍ତୁ ଏମାନଙ୍କ ଜୀବିକା ଉପରେ ପଡିଛି କୋରୋନାର କଳା ନଜର। ପ୍ରଥମ ଲହରର କ୍ଷତି ନ ଭରୁଣୁ ଏବେ ପୁଣି ଦ୍ବିତୀୟ ଲହର ବୋଝ ଉପରେ ଲଳିତା ବିଡା ସାଜିଛି। ଏଭଳି ସଙ୍କଟ ସମୟରେ ଏବେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ଏହି କାଠ କରିଗର।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Jun 28, 2021, 9:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.