ETV Bharat / state

ହୃଦଘାତରେ ଆଖି ବୁଜିଲେ ବ୍ୟବସାୟୀ - ହୃଦଘାତରେ ଆଖି ବୁଜିଲେ ବ୍ୟବସାୟୀ

ବ୍ୟବସାୟ କରିବାକୁ ଯାଇ ହୃଦଘାତରେ ଆଖି ବୁଜିଲେ ବ୍ୟବସାୟୀ । କଳାହାଣ୍ଡି ଟାଉନ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ଅଧିକ ପଢନ୍ତୁ...

_The businessman has been dead
ହୃଦଘାତରେ ଆଖି ବୁଜିଲେ ବ୍ୟବସାୟୀ
author img

By

Published : Mar 11, 2020, 3:21 AM IST

କଳାହାଣ୍ଡି: ମୃତ୍ୟୁ କେତେବେଳେ ଯେ ଆସି ପହଞ୍ଚେ ତାହା କେହି ବି ଜାଣି ନଥାନ୍ତି । ଏଭଳି ଏକ ଦଃଖଦ ଘଟଣା ଘଟିଛି ଭବାନୀପାଟଣା ସହର ମାଲିପଡାରେ । ସାମଗ୍ରୀ ବିକ୍ରି କରିବାକୁ ଯାଇ ଟଳି ପଡ଼ିଲେ ବ୍ୟବସାୟୀ ।

ହୃଦଘାତରେ ଆଖି ବୁଜିଲେ ବ୍ୟବସାୟୀ

ମୃତକ ଜଣକ ହେଲେ ୬୨ ବର୍ଷୀୟ କପଡା ବ୍ୟବସାୟୀ ଶେଖ ଅଲ୍ଲାଉଦୀନ । ସେ କୋଲକାତାର ବାସିନ୍ଦା । ହେଲେ ମାଲିପଡାରେ ଏକ ଭଡ଼ା ଘରେ ରହି ବ୍ୟବସାୟ କରୁଥିଲେ ସେ । ସବୁ ଦିନ ଭଳି ନିଜର ସାମଗ୍ରୀ ବିକ୍ରି କରିବାକୁ ବାହାରିଥିଲେ ବଜାରକୁ । ହେଲେ କିଏ ଜଣିଥିଲା ଏହା ଥିଲା ତାଙ୍କ ଶେଷ ଦିନ ।

ଭଡାଘରୁ ବାହାରି ମୁଣ୍ଡରେ କପଡା ବୋଝେଇ ନେଇ ଯାଉଥିବା ବେଳେ ତାଙ୍କୁ ହୃତଘାତ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଟାଉନ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.