ETV Bharat / state

ବନ୍ଦ କୋଠରୀରୁ ମୃତଦେହ ଉଦ୍ଧାର

author img

By

Published : Jul 16, 2020, 9:33 AM IST

ଭବାନୀପାଟଣା ସହର ପୁରୁଣାପଡାରୁ ଏକ ବନ୍ଦ କଠୋରୀରୁ ମୃତଦେହ ଉଦ୍ଧାର । ସକାଳୁ ବହୁତ ଡେରି ପର୍ଯ୍ୟନ୍ତ ଜଳଖିଆ ପାଇଁ ନ ଆସିବା ପରେ ସ୍ତ୍ରୀ ଯାଇ କୋଠରୀରେ ଦେଖିବା ବେଳକୁ, ତୁଳାରାମ ନିଜ ବେକରେ ଚାଦର ଦେଇ ଆତ୍ମହତ୍ୟା କରିଛନ୍ତି ।

ବନ୍ଦ କୋଠରୀରୁ ମୃତଦେହ ଉଦ୍ଧାର
ବନ୍ଦ କୋଠରୀରୁ ମୃତଦେହ ଉଦ୍ଧାର

ଭବାନୀପାଟଣା: କଳାହାଣ୍ଡି ଭବାନୀପାଟଣା ସହର ପୁରୁଣାପଡାରୁ ଏକ ବନ୍ଦ କଠୋରୀରୁ ମୃତଦେହ ଉଦ୍ଧାର । ୪୫ ବର୍ଷୀୟ ତୁଳାରାମ ହଂସ ନାମକ ଜଣେ ବ୍ୟକ୍ତି ନିଜ ବେକରେ ଚାଦର ଦେଇ ଆତ୍ମହତ୍ୟା କରିଛନ୍ତି ।

ବନ୍ଦ କୋଠରୀରୁ ମୃତଦେହ ଉଦ୍ଧାର

ବୁଧବାର ବିଳମ୍ବିତ ରାତିରେ ମଦ ପିଇ ନିଜ ପୁଅ ଓ ସ୍ତ୍ରୀକୁ ଗାଳି ଗୁଲଜ କରିବା ସହିତ ଆହୁରି ମଦ ପିଇବା ପାଇଁ ୫00 ଟଙ୍କା ମାଗିଥିଲେ । କିନ୍ତୁ ପରିବାର ଲୋକେ ମନା କରିବା ପରେ ସେ ନିଜ କୋଠରୀକୁ ଚାଲି ଯାଇଥିଲେ । ସକାଳୁ ବହୁତ ଡେରି ପର୍ଯ୍ୟନ୍ତ ଜଳଖିଆ ପାଇଁ ନ ଆସିବା ପରେ ସ୍ତ୍ରୀ ଯାଇ କୋଠରୀରେ ଦେଖିବା ବେଳକୁ, ତୁଳାରାମ ନିଜ ବେକରେ ଚାଦର ଦେଇ ଆତ୍ମହତ୍ୟା କରିଛନ୍ତି ।

ଏହାପରେ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.