ETV Bharat / state

ପୌର ଫାଇଟ: ମିଳିଲାନି ଟକେଟ, ରଣକ୍ଷେତ୍ର ପାଲଟିଲା କଳାହାଣ୍ଡି ବିଜେପି କାର୍ଯ୍ୟାଳୟ

ଟିକେଟ ନମିଳିବାରୁ ବିଜେପି ଦଳୀୟ କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । କଳାହାଣ୍ଡିରେ ଦେଖିବାକୁ ମିଲିଛି ଏଭଳି ଏକ କାଣ୍ଡ । ଅଧିକ ପଢ଼ନ୍ତୁ

ପୌର ଫାଇଟ: ମିଳିଲାନି ଟକେଟ, ରଣକ୍ଷେତ୍ର ପାଲଟିଲା କଳାହାଣ୍ଡି ବିଜେପି କାର୍ଯ୍ୟାଳୟ
ପୌର ଫାଇଟ: ମିଳିଲାନି ଟକେଟ, ରଣକ୍ଷେତ୍ର ପାଲଟିଲା କଳାହାଣ୍ଡି ବିଜେପି କାର୍ଯ୍ୟାଳୟ
author img

By

Published : Mar 6, 2022, 7:26 PM IST

ଭବାନୀପାଟଣା: ଟିକେଟ ନମିଳିବାରୁ ବିଜେପି ଦଳୀୟ କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । କଳାହାଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଏକ କାଣ୍ଡ । ପୌର ନିର୍ବାଚନକୁ ନେଇ ଆଜି(ରବିବାର) କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ଏହାପରେ କଳାହାଣ୍ଡି ବିଜେପି କାର୍ଯ୍ୟାଳୟରେ ଘଟିଛି ତୁମୁଳ କାଣ୍ଡ।

ପୌର ଫାଇଟ: ମିଳିଲାନି ଟକେଟ, ରଣକ୍ଷେତ୍ର ପାଲଟିଲା କଳାହାଣ୍ଡି ବିଜେପି କାର୍ଯ୍ୟାଳୟ

ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ବିଜେପିର ପୂର୍ବତନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ତଥା ବରିଷ୍ଠ ସଭାନେତ୍ରୀ ପୁଷ୍ପାଞ୍ଜଳି ତାଣ୍ଡି ଆଶାୟୀ ରହିଥିଲେ । ତେବେ ଦଳ ପକ୍ଷରୁ ଅନ୍ୟଜଣେ କର୍ମୀ ବିନିତା ଦାସଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଥିଲା । ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଅସନ୍ତୋଷ କର୍ମୀ ଟିକେଟ ଘୋଷଣା ପରେ ଦଳୀୟ କାର୍ଯ୍ୟାଳୟକୁ ଯାଇ ସେଠାରେ ବ୍ୟାପକ ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଖାଲି ସେତିକି ସେତିକି ନୁହେଁ ବିଜେପି କାର୍ଯ୍ୟାଳୟରେ କର୍ମୀମାନେ ବିଜେପି ମୁର୍ଦ୍ଦାବାଦ ନାରା ଦେଇଥିଲେ । କାର୍ଯ୍ୟାଳୟ ମଧ୍ୟରେ ଥିବା ଚେୟାର ଟେବୁଲକୁ ଭାଙ୍ଗିବା ସହ ଦଳୀୟ ପତାକାକୁ ଚିରିବାକୁ ପଛାଇ ନଥିଲେ । ଦଳ ପାଇଁ ୨୨ ବର୍ଷ ଧରି କାର୍ଯ୍ୟ କରିବା ସତ୍ତ୍ବେ ବିଜେପି ଆଶାୟୀଙ୍କୁ ନିର୍ଯାତନା ଦେଇଥିବା କଥା କହିଛନ୍ତି ବରିଷ୍ଠ ସଭାନେତ୍ରୀ ପୁଷ୍ପାଞ୍ଜଳି ତାଣ୍ଡି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.