ETV Bharat / state

ଜଳୁଛି କଳାହାଣ୍ଡି, ୪୫ ଡିଗ୍ରୀ ଉପରେ ତାପମାତ୍ରା - ଜଳୁଛି କଳାହାଣ୍ଡି

କଳାହାଣ୍ଡି ଜିଲ୍ଲାରେ ମାର୍ଚ୍ଚ ମାସରୁ ହିଁ କଲବଲ କଲାଣି ତାତି । ପ୍ରବଳ ଗ୍ରୀଷ୍ମପ୍ରବାହ ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ । ମାର୍ଚ୍ଚ ମାସରୁ ହିଁ ପାରଦ 40 ଡିଗ୍ରୀ ଛୁଇଁଛି ।

temperature-above-45-degrees-in-kalahandi
ଜଳୁଛି କଳାହାଣ୍ଡି, ୪୫ ଡିଗ୍ରୀ ଉପରେ ତାପମାତ୍ରା
author img

By

Published : May 24, 2020, 10:54 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମାର୍ଚ୍ଚ ମାସରୁ ହିଁ କଲବଲ କଲାଣି ତାତି । ପ୍ରବଳ ଗ୍ରୀଷ୍ମପ୍ରବାହ ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ । ମାର୍ଚ୍ଚ ମାସରୁ ହିଁ ପାରଦ 40 ଡିଗ୍ରୀ ଛୁଇଁଥିବା ବେଳେ ଏବେ ପୁଣି ଥରେ ସକାଳ ୧୧ଟାରୁ ଦିନ ୫ଟା ଯାଏଁ ଅନୁଭୂତ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ।

ସହରର ତାପମାତ୍ରା ଏବେ 44 ଡିଗ୍ରୀରୁ ଅଧିକ । ଫଳରେ ରାସ୍ତା ଘାଟ ଶୂନଶାନ ହୋଇ ଯାଉଛି । ଘରୁ ବାହାରିବା ଏକରକମ ମୁସକିଲ ହୋଇପଡୁଛି । ଜରୁରୀ କାମ ଥିଲେ ହେଁ ଲୋକେ ମୁଣ୍ଡରେ ଟୋପି କିମ୍ବା ଗାମୁଛା ସାଙ୍ଗକୁ ମୁହଁରେ କଳା ଚଷମା ଓ ସାଙ୍ଗରେ ପାଣି ବୋତଲ ନେଇ ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି ।

ଜଳୁଛି କଳାହାଣ୍ଡି, ୪୫ ଡିଗ୍ରୀ ଉପରେ ତାପମାତ୍ରା

ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟଜଳ ସମସ୍ୟା ଓ ଆଘୋଷିତ ବିଦ୍ୟୁତ କାଟ ଏବେ ସହରବାସୀଙ୍କ କଷ୍ଟକୁ ଦ୍ବିଗୁଣିତ କରିଦେଉଛି । ଏସବୁ ଭିତରେ ସମସ୍ତ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ପୌର ନିର୍ବାହୀ ଅଧିକାରୀ ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.