ETV Bharat / state

ହକ୍‌ ଓ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଶିକ୍ଷକ - BEO office Kalahandi

ଦୀର୍ଘ ଦିନର ହକ୍‌ ଓ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷକ । କଳାହାଣ୍ଡିରେ ଜିଲ୍ଲା ବ୍ୟାପି ଶିକ୍ଷକମାନେ ବିଇଓଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ସହ ନାରାବାଜି କରିଛନ୍ତି । ଦାବି ପୂରଣ ନହେଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବାକୁ ଚେତାବନୀ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ହକ୍‌ ଓ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷକ

author img

By ETV Bharat Odisha Team

Published : Sep 8, 2023, 6:58 PM IST

Updated : Sep 8, 2023, 7:58 PM IST

ହକ୍‌ ଓ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଶିକ୍ଷକ

ଭବାନୀପାଟଣା: କଲମ ବଦଳରେ ହାତରେ ଫ୍ଲାକ କାର୍ଡ, ଚକ୍ ବଦଳରେ ଦାବିପତ୍ର ଓ ଆଉ ପିଲାଙ୍କୁ ପାଠ ପଢ଼ାଇବା ବଦଳରେ ଚାଲିଛି ହକ ଓ ଅଧିକାରକୁ ନେଇ ନାରାବାଜି । କାରଣ ନିଜ ହକ ଓ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷକ । ଦୀର୍ଘ ଦିନ ହେବ ବିଭିନ୍ନ ସମୟର ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ନୟାନ୍ତ ହୋଇ ପଡିଛି ଶିକ୍ଷକ ସଂଘ । କଳାହାଣ୍ଡିରେ ଆଜି ଜିଲ୍ଲାବ୍ୟାପି ଶିକ୍ଷକଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି ।

ଭବାନୀପାଟଣା ସମେତ ଜିଲ୍ଲାର ସମସ୍ତ ବ୍ଲକ ମାନଙ୍କରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନ୍ୟାସନାଲ୍‌ ଇନକ୍ରିମେଣ୍ଟ୍‌ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ଓ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେଭେଲ୍ ୯ ଗ୍ରେଡ୍‌ ପେ ୪୨୦୦ ଅନୁଯାୟୀ ପ୍ରଦାନ କରିବା ।

ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ଆଦି ଦାବି ସହ ଏକ୍ସ କ୍ୟାଡର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କ୍ୟାଡର ଭୁକ୍ତ କରିବା ସହ ଏକ୍ସ କ୍ୟାଡର ଶିକ୍ଷକମାନଙ୍କର ବନ୍ଦ ହୋଇଥିବା ଇନ୍‌କ୍ରିମେଣ୍ଟ ପ୍ରଦାନ, ଟ୍ରେଜେରୀ ମାଧ୍ୟମରେ ସେମାନଙ୍କୁ ଦରମା ପ୍ରଦାନ କରିବା ଆଦି ଦାବି ନେଇ ଦୀର୍ଘ ଦିନରୁ ସମସ୍ତ ଶିକ୍ଷକ ଆନ୍ଦୋଳନ କରି ଆସୁଥିବା ବେଳେ ଗତ ୨୦୨୨ ନଭେମ୍ବର ମାସ ୨୭ ତାରିଖରେ ରାଜ୍ୟରେ ଏକ ଲକ୍ଷରୁ ଊର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ବିଭିନ୍ନ ଦାବି ହାସଲ ପାଇଁ ଆନ୍ଦୋଳନ କରିଥିଲେ । ଯାହାକୁ ନେଇ ଶିକ୍ଷକ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ଦାବି ଗୁଡ଼ିକ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ ରାଜ୍ୟ ସରକାର ।

ଏହା ମଧ୍ୟ ପଢନ୍ତୁ..ସ୍କୁଲରେ ନାହାଁନ୍ତି ଶିକ୍ଷକ, ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ

ଆଜକୁ ପ୍ରାୟ ବର୍ଷେ ବିତି ଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକ ମାନଙ୍କର କୌଣସି ଦାବି ଏଯାବତ୍ ପୂରଣ କରାଯାଇ ନାହିଁ । ଯାହାକୁ ନେଇ ଆଜି ଭବାନୀପାଟଣାଠାରେ ଶିକ୍ଷକମାନେ ବିଇଓଙ୍କ ସମ୍ମୁଖରେ ଧାରଣା ଦେବା ସହ ନାରାବାଜି କରିଥିଲେ ।ଏହାସହ ବିଇଓଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଯଦି ସରକାର ଆଗାମୀ ଦିନରେ ଦାବି ପୂରଣ ନକଲେ, ତେବେ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ,କଳାହାଣ୍ଡି

Last Updated : Sep 8, 2023, 7:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.