କଳାହାଣ୍ଡି: ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର । ସ୍କୁଲ ପରିସରରେ ପିଲାଙ୍କୁ ମାଡ଼ ମାରିବାକୁ ନିଷେଧ କରାଯାଇଥିବାବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କନା ଗାଁ ସ୍କୁଲରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକ ମାଡ ମାରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଦଶମ ଶ୍ରେଣୀ ଛାତ୍ର ବିକାଶ ତାଣ୍ଡି ସଂସ୍କୃତ ପରୀକ୍ଷାରେ ଇଂରାଜୀ ଲେଖିବାରୁ ଶିକ୍ଷକ ସାରଦା ମହାନ୍ତି ବେତରେ ବିକାଶଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି । ଫଳରେ ବିକାଶଙ୍କ ପିଠି, ହାତ ଓ ଜଙ୍ଘରେ ମାଡ ଚିହ୍ନ ପଡ଼ିଛି ।
ଏଭଳି ଭାବରେ ଶିକ୍ଷକ ନୃଶଂସ ଭାବେ ମାଡ଼କୁ ଅଭିଭାବକ ମହଲରେ ଉଦବେଗ ପ୍ରକାଶ ପାଇଛି। ଏପଟେ ତୁରନ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି । ତେବେ ଏହି ଘଟଣା ପରେ ଶିକ୍ଷା ବିଭାଗ କି ପ୍ରକାର ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ