ETV Bharat / state

ସରକାରୀ ଯୋଜନାରୁ ବଞ୍ଚିତ ସୁରେନ୍ଦ୍ରୀ, ସାହା ପାଲଟିଛି ଭଙ୍ଗା କୁଡିଆ - ସରକାରୀ ଯୋଜନାରୁ ବଞ୍ଚିତ ସୁରେନ୍ଦ୍ରୀ

ମିଳୁନି ସରକାରୀ ଯୋଜନାରେ ଧର ଖଣ୍ଡିଏ, ଦୀର୍ଘ ୨୦ ହେବ ଭଙ୍ଗା କୁଡିଆରେ ରହୁଛନ୍ତି ଧର୍ମଗଡ ବ୍ଲକ ବେହେରା ଗାଁର ସୁରେନ୍ଦ୍ରୀ ନାଗ । ଅଧିକ ପଢନ୍ତୁ

ସରକାରୀ ଯୋଜନାରୁ ବଞ୍ଚିତ ସୁରେନ୍ଦ୍ରୀ, ସାହା ପାଲଟିଛି ଭଙ୍ଗା କୁଡିଆ

author img

By

Published : Aug 2, 2022, 2:24 PM IST

ଭବାନୀପାଟଣା: ଭଙ୍ଗା ମାଟି କାନ୍ଥ ସାଙ୍ଗକୁ ଚାଳ ଛପର ଘର, ପୁଣି ଘର ଉପରେ ପଲିଥିନି ପାଲଟିଛି ସାହା ଭରସା । ବର୍ଷେକି ୨ ବର୍ଷ ନୁହେଁ ବରଂ ୨୦ ବର୍ଷ ହେଲା ଏହି ଭଙ୍ଗା କୁଡିଆରେ ରହୁଛନ୍ତି କଳାହାଣ୍ଡି, ଧର୍ମଗଡ ବ୍ଲକ ବେହେରା ଗାଁର ସୁରେନ୍ଦ୍ରୀ ନାଗ । ମହିଳା ଜଣଙ୍କ ସ୍ୱାମୀ ପରିତକ୍ତା ହୋଇଥିବାବେଳେ କାନ୍ଧରେ ପରିବାର ବୋଝ । ପରିବାର କହିହିଲ୍ ଦୁଇଟି ଝିଅ ଓ ଗେଟିଏ ପୁଅ । ବହୁ କଷ୍ଟରେ ଦୁଇ ଝିଅକୁ ସେ ବିବାହ କରାଯାଇ ଦେଇଛନ୍ତି । କିନ୍ତୁ ଟଙ୍କା ଅଭାବରୁ ଘରେ ଟିଏ ଆଜି ପର୍ଯ୍ୟନ୍ତ କରି ପାରିନାହାନ୍ତି । ଘର ନଥିବାରୁ ବାଧ୍ୟ ହୋଇ ଏପରି ଭାବେ ପୁଅ ସହ ଜୀବନ ବିତାଉଛନ୍ତି ।

ସରକାରୀ ଯୋଜନାରୁ ବଞ୍ଚିତ ସୁରେନ୍ଦ୍ରୀ, ସାହା ପାଲଟିଛି ଭଙ୍ଗା କୁଡିଆ

ଏପରି ଭଙ୍ଗା କୁଡିଆ ମଧ୍ୟରେ ଜୀବନ ବିତାଉଛନ୍ତି ସୁରେନ୍ଦ୍ରୀ ନାଗ । ମୂଲ ଲାଗି ପୁଅକି ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢାଇଲେ, ହେଲେ ଆର୍ଥୀକ ଅଭାବର ସମ୍ମୁଖୀନ ହେବାରୁ ପୁଅର ପାଠ ପଢାରେ ଡୋରି ବନ୍ଧା ହେଲା । ଫଳରେ ପୁଅକୁ ଦାଦନ ଖଟିଆଇ ବାକୁ ଛତିଶଗଡ଼ ରାଜ୍ୟକୁ ପଠାଇ ଦେଲେ ସୁରେନ୍ଦ୍ରୀ । ଏବେ ଏକୁଟିଆ ଏହି ଭଙ୍ଗା ଦଦରା ଘରର ଚାରିକାନ୍ଥ ଭିତରେ ପଡିରହିଛନ୍ତି । ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କିମ୍ବା ବିଜୁ ପକ୍କା ଘର, ଏହି ସବୁ ଯୋଜନା ଯେମିତି ସାତ ସପନ ପାଲଟିଛି ସୁରେନ୍ଦ୍ରୀଙ୍କ ପାଇଁ ।

ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ହେଲେ କେହି କର୍ଣପାତ କରୁନଥିବା ଅଭିଯୋଗ ହୋଇଛି । ସୁରେନ୍ଦ୍ରୀଙ୍କ ଏପରି ଅବସ୍ଥା ଦେଖିଲେ ସରକାରଙ୍କ ଯୋଜନା କାହା ପାଇଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.