ETV Bharat / state

ଅସମ୍ଭବ ହେଲା ସମ୍ଭବ, ଟାଙ୍ଗରା ଭୂଇଁରେ ହସୁଛି ଫସଲ - Bhikari Mahanda of Kalahandi sets example

ମରୁଡି ଅଞ୍ଚଳ ଭାବରେ ଦିନେ ଯେଉଁ ଗାଁ ଚର୍ଚ୍ଚାରେ ରହି ଆସିଥିଲା, ଆଜି ସେଇ ଗାଁରେ ଫଳିଛି ସୁନାର ଫସଲ । ଆଉ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଜମୁନାପୁର ଗାଁର ଭିକାରୀ ମହାନନ୍ଦ । ଅଧିକ ପଢନ୍ତୁ

ଅସମ୍ଭବ ହେଲା ସମ୍ଭବ, ଟାଙ୍ଗରା ଭୂଇଁରେ ହସୁଛି ଫସଲ

author img

By

Published : Dec 18, 2021, 5:16 PM IST

ଭବାନୀପାଟଣା: କଥାରେ ଅଛି ଇଚ୍ଛା ଥିଲେ ସଫଳତା ନିଶ୍ଚୟ ମିଳିଥାଏ । ମରୁଡି ଅଞ୍ଚଳ ଭାବରେ ଦିନେ ଯେଉଁ ଗାଁ ଚର୍ଚ୍ଚାରେ ରହି ଆସିଥିଲା, ଆଜି ସେଇ ଗାଁରେ ଫଳିଛି ସୁନାର ଫସଲ ।

ବର୍ଷାଭାବ ଯୋଗୁଁ ମରୁଡି ସ୍ଥିତି ଉପୁଥିବା ବେଳେ ଚାଷୀ ଋଣ ଭାରରେ ପଡି ନୟାନ୍ତ ହୋଇ ପଡୁଥିଲା । ହେଲେ ଏବେ ଚାଷୀଙ୍କ ସେହି ଶୁଖିଲା ମୁହଁରେ ହସ ଫୁଟାଇ ପାରିଛି କ୍ଷେତ ପୋଖରୀ । ଆଉ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଜମୁନାପୁର ଗାଁର ଭିକାରୀ ମହାନନ୍ଦ । ଯିଏକି ଅକ୍ଳାନ୍ତ ପରିଶ୍ରମ ଓ ସରକାରଙ୍କ କ୍ଷେତ ପୋଖରୀ ଯୋଜନା ମାଧ୍ୟମରେ ନିଜେ ସ୍ବାବଲମ୍ବୀ ହେବା ସହ ନିଜ ପରିବାର ମୁହଁରେ ଫୁଟାଇପାରିଛନ୍ତି ହସ ।

ଅସମ୍ଭବ ହେଲା ସମ୍ଭବ, ଟାଙ୍ଗରା ଭୂଇଁରେ ହସୁଛି ଫସଲ

ଭିକାରୀ ମହାନନ୍ଦଙ୍କ ଇଛା ଥିଲା ପୋଖରୀ ଟିଏ ଖୋଳିବା ପାଇଁ । ଏଥିପାଇଁ ସରକାରଙ୍କ ପାଖରେ କରିଥିଲେ ଗୁହାରୀ । ୨୦୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲା ଜଳ ବିଭାଜିକା ଉନ୍ନୟନ ଓ ମୂର୍ତ୍ତିକା ସଂରକ୍ଷଣ ବିଭାଗର ସହାୟତାରେ ତାଙ୍କ ଜମିରେ ଖୋଳାହେଲା ପୋଖରୀ । ୭୫ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ପୋଖରୀ କାମରେ ମନରେଗା ଯୋଜନା ମାଧ୍ୟମରେ ଗ୍ରାମ ଲୋକଙ୍କୁ ମଧ୍ୟ କାମ ମିଳିଲା ।

ଏପଟେ ଧାନ ଚାଷ ସମେତ, ମାଛ ଚାଷ, କଦଳୀ ଚାଷ, ଓ ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ନିଜେ ସ୍ବାବଲମ୍ବୀ ହେବାସହ ଭିକାରୀଙ୍କ ପରିବାରରେ ଖେଳିଯାଇଛି ଖୁସିର ଲହରୀ । କେବଳ ଭିକାରୀ ନୁହେଁ ଭବାନୀପାଟଣା ବ୍ଲକ ଅଞ୍ଚଳରେ ଅନେକ କ୍ଷେତ ପୋଖରୀ ଖନନ କରି ଚାଷୀଙ୍କ ମୁହଁରେ ହସ ଫୁଟାଇଛି ଜଳ ବିଭାଜିକା ଉନ୍ନୟନ ଓ ମୂର୍ତ୍ତିକା ସଂରକ୍ଷଣ ବିଭାଗ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.