ଭବାନୀପାଟଣା: କଳାହାଣ୍ଡି ବିଶ୍ବବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀଙ୍କ ଦାବି । ସିଲାବସ ଅନୁଯାୟୀ କୋର୍ସ ଶେଷ ହୋଇ ନଥିବା ବେଳେ କୋରୋନା ସଂକ୍ରମଣ ଆଶଙ୍କା କାରଣରୁ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆସନ୍ତା ଏପ୍ରିଲ ୧୯ ତାରିଖଠାରୁ ବାର୍ଷିକ ପରୀକ୍ଷା ପାଇଁ ନୋଟିସ ବାହାରିବା ପରେ ଛାତ୍ରଛାତ୍ରୀ ଦାବି କରିଛନ୍ତି ।
ସେହିପରି ହଷ୍ଟେଲ ଛାତ୍ରଛାତ୍ରୀ ଜିଲ୍ଲାରେ କୋରୋନା ସଂକ୍ରମିତ ଆଶଙ୍କାରେ ରହି ପରୀକ୍ଷା କରିବାର ନିଷ୍ପତ୍ତିକୁ ପୁନଃ ସମୀକ୍ଷା ପାଇଁ ଲିଖିତ ନିବେଦନ ଜଣାଇଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ