ETV Bharat / state

Monkey Day: ମାଙ୍କଡ ସୁରକ୍ଷା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ

author img

By

Published : Dec 13, 2022, 10:32 PM IST

ଡିସେମ୍ବର ୧୪ ତାରିଖରେ ବିଶ୍ଵ ମାଙ୍କଡ ଦିବସ ଥିବାରୁ ଏ ଦିଗରେ ସମସ୍ତଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

କାଲି ମାଙ୍କଡ ଦିବସ,  ମାଙ୍କଡ ସୁରକ୍ଷା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ

କଳାହାଣ୍ଡି: ମାଙ୍କଡଙ୍କ ସୁରକ୍ଷା ପାଇଁ ଆଗକୁ ଆସିଲେ ଛାତ୍ରଛାତ୍ରୀ । ଡିସେମ୍ବର ୧୪ ତାରିଖରେ ବିଶ୍ଵ ମାଙ୍କଡ ଦିବସ ଥିବାରୁ ଏ ଦିଗରେ ସମସ୍ତଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ଛାତ୍ରଛାତ୍ରୀ । ମାଙ୍କଡ ଜଙ୍ଗଲୀ ଜନ୍ତୁ ବୋଲି କଣ ସେମାନଙ୍କର ବଞ୍ଚିବାର ଅଧିକାରୀ ନାହିଁ । ବର୍ତ୍ତମାନ ମଣିଷ ନିଜ ନିଜ ଆବଶ୍ୟକତା ପାଇଁ ଜଙ୍ଗଲ କ୍ଷୟ କରିବା ସହ ଚାରି ଦିଗରେ ଥିବା କୋଳାହଳ ସେମାନଙ୍କ ଜୀବନ ପାଇଁ ବିପଦ ଆଣିଛି । ଦିନ ଥିଲା ସେମାନେ ଏ ଗଛରୁ ସେ ଗଛ ଡେଇଁ ଜଙ୍ଗଲର ଫଳ ମୂଳ ଖାଇ ଜୀବନ ଜିଉଁ ଥିଲେ । ହେଲେ ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଜଙ୍ଗଲରୁ ବାହାରି ଏବେ ସେମାନେ ରାସ୍ତା କଡରେ ବୁଲୁଛନ୍ତି । ରାସ୍ତାରେ ଯାଉଥିବା ଯାତ୍ରୀ ନିଷ୍ଟ ଖାଦ୍ୟ ଫୋପାଡ଼ି ଦେଲେ ତାହାକୁ ସଂଗ୍ରହ କରି ସେମାନେ ଜୀଉଁଛନ୍ତି ।

ଏ ଦୃଶ୍ୟକୁ ଦେଖି କୁନି କୁନି ଛାତ୍ରଛାତ୍ରୀଙ୍କ ମନ ବିଚଳିତ ହୋଇଛି ଆଉ ମାଙ୍କଡ଼ମାନଙ୍କ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି କୁନି କୁନି ଛାତ୍ରଛାତ୍ରୀ । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଜଙ୍ଗଲ ଦେଇ ଯାଇଥିବା ରାଜପଥଗୁଡିକରେ ଏବେ ମାଙ୍କଡମାନେ ରାସ୍ତା ଉପରେ ବୁଲୁଥିବା ଦେଖିବାକୁ ମିଳୁଛି । ଖାଦ୍ୟ ଅନ୍ବେଷଣ ପାଇଁ ଜଙ୍ଗଲ ଛାଡି ରାସ୍ତା ରାସ୍ତା ଉପରେ ମାଙ୍କଡମାନେ ବୁଲୁଥିବା ବେଳେ ଅନେକ ସମୟରେ ଦୁର୍ଘଟଣାର ଶିକାର ହୋଇ ମୁଖରେ ପଡୁଛନ୍ତି । ଯାହାକୁ ରୋକିବା ପାଇଁ ଅଣ୍ଟା ଭିଡିଛନ୍ତି କୁନିକୁନି ଛାତ୍ରଛାତ୍ରୀ । କଳାହାଣ୍ଡି ଭବାନୀପାଟଣା କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମାଙ୍କଡ଼ମାନଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ଚିତ୍ର ଅଙ୍କନ କରି ସଚେତନତା ସୃଷ୍ଟି କରିବା ସହ ଜିଲ୍ଲାପାଳଙ୍କୁ ଏ ଦିଗରେ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ପଦକ୍ଷେପ ଗ୍ରହଣ କରିବା ପାଇଁ କହିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.