ETV Bharat / state

ଅଧ୍ୟାପକ ନିଯୁକ୍ତି ଦାବି ନେଇ ଆନ୍ଦୋଳନରେ ଛାତ୍ରଛାତ୍ରୀ, ଅଶାନ୍ତ ସ୍କୁଲ ପରିସର

author img

By

Published : Nov 29, 2019, 1:39 PM IST

ଦୀର୍ଘଦିନ ହେବ କଳାହାଣ୍ଡି ଯୁକ୍ତ ୨ ବିଜ୍ଞାନ ବିଭାଗର ଅନେକ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ତେବେ ଅଧ୍ୟାପକ ପଦବୀ ପୂରଣ ପାଇଁ ଆନ୍ଦୋଳନରେ ଛାତ୍ରଛାତ୍ରୀ। ଅଧିକ ଖବର ପଢନ୍ତୁ...

Student protest
ଅଧ୍ୟାପକ ନିଯୁକ୍ତି ଦାବିରେ ଆନ୍ଦୋଳନରେ ଛାତ୍ରଛାତ୍ରୀ, ଅଶାନ୍ତ ସ୍କୁଲ ପରିସର

ଭବାନୀପାଟଣା: ଅଧ୍ୟାପକ ପଦବୀ ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ। କଳାହାଣ୍ଡି ଜିଲ୍ଲା ଜୟପାଟଣାଠାରେ ଥିବା ଜନଜାତି ଆବାସିକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ବିଦ୍ରୋହର ନିଆଁ ଦେଖାଦେଇଛି।

ଦୀର୍ଘଦିନ ହେବ କଳାହାଣ୍ଡି ଯୁକ୍ତ ୨ ବିଜ୍ଞାନ ବିଭାଗର ଅନେକ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ଏନେଇ ସେହି ବିଷୟ ପଢିବା ଓ ପ୍ରାକ୍ଟିକାଲ କ୍ଳାସରେ ଛାତ୍ରଛାତ୍ରୀ ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି। ଯଥାଶୀଘ୍ର ଅଧ୍ୟାପକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖରେ ଆଜି ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି।

ଖବର ପାଇ ଜୟପାଟଣା ପୋଲିସ ପହଞ୍ଚି ବୁଝାମଣା କରିଥିଲେ ମଧ୍ୟ ନିଜ ଜିଦରେ ଅଡି ବସିଛନ୍ତି ଛାତ୍ର ଛାତ୍ରୀ। ବିକ୍ଷୋଭ ପାଇଁ ଅଶାନ୍ତ ହୋଇପଡିଛି ସ୍କୁଲ ପରିସର। ଅନ୍ୟପଟେ ରାସ୍ତା ଅବରୋଧ ଯୋଗୁଁ ଜୟପାଟଣା ଭବାନୀପାଟଣା ମଧ୍ୟରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି।

ଅଧ୍ୟାପକ ନିଯୁକ୍ତି ଦାବିରେ ଆନ୍ଦୋଳନରେ ଛାତ୍ରଛାତ୍ରୀ, ଅଶାନ୍ତ ସ୍କୁଲ ପରିସର

ପରେ ଜୟପାଟଣା ବିଡିଓ ଐଶ୍ବର୍ଯ୍ୟା ସାମନ୍ତରାୟ ,ତହସିଲଦାର ଟିକୁନୁ ପୋଟା ପହଞ୍ଚି ୭ ଦିନ ମଧ୍ୟରେ ଅଧ୍ୟାପକ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧରୁ ଓହରିଛନ୍ତି ଛାତ୍ରଛାତ୍ରୀ। ପ୍ରଶାସନ ଦେଇଥିବା ପ୍ରତିଶୃତି ନରଖିଲେ ପୁଣି ଆନ୍ଦୋଳନ କରିବାକୁ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:ଅଧ୍ୟାପକ ପଦବୀ ପୂରଣ ପାଇଁ ଆନ୍ଦୋଳନ କୁ ଓହ୍ଲାଇଲେ ଛାତ୍ରଛାତ୍ରୀ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ଥିବା ଜନଜାତି ଆବାସିକ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ହେବ ଯୁକ୍ତ୨ ବିଜ୍ଞାନ ବିଭାଗ ର ଅନେକ ଅଧ୍ୟାପକ ପଦବୀ ଖାଲି ପଡ଼ି ଥିବା ଯୋଗୁ ସେହି ବିଷୟ ପଢିବା ପାଇଁ ଛାତ୍ର ଛାତ୍ରୀ ମାନେ ଅସୁବିଧା ର ସମ୍ମୁଖୀନ ହେଉଥିବା ସହ ପ୍ରାକ୍ଟିକାଲ କ୍ଳାସ ରେ ମଧ୍ୟ ଅସୁବିଧା ହେଉଥିବା ଦର୍ଶାଇ ଅଧ୍ୟାପକ ନିଯୁକ୍ତି ଦାବି ରେ ଛାତ୍ର ଛାତ୍ରୀ ମାନେ ସ୍କୁଲ ସମ୍ମୁଖରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। Body:ଖବର ପାଇ ଜୟପାଟଣା ପୋଲିସ ପହଞ୍ଚି ବୁଝାମଣା କରିଥିଲେ ମଧ୍ଯ ନିଜ ଜିଦ ରେ ଅଡି ବସିଛନ୍ତି ଛାତ୍ର ଛାତ୍ରୀ। ବିକ୍ଷୋଭ ଯୋଗୁ ଅଶାନ୍ତ ହୋଇଛି ସ୍କୁଲ ପରିସର। ଅନ୍ୟ ପଟେ ରାସ୍ତା ଅବରୋଧ ଯୋଗୁଁ ଜୟପାଟଣା ଭବାନୀପାଟଣା ମଧ୍ୟରେ ଗାଡି ଚଳାଚଳ ପ୍ରଭାବିତ ସାଙ୍ଗକୁ ଯାତ୍ରୀ ମାନେ ଅଟକି ରାହିଛନ୍ତି । ପରେ ଜୟପାଟଣା ବିଡିଓ ଏଶ୍ୱର୍ଯ୍ୟା ସାମନ୍ତରାୟ ,ତହସିଲଦାର ଟିକୁନୁ ପୋଟା ପହଞ୍ଚି ୭ ଦିନ ମଧ୍ୟରେ ଅଧ୍ୟାପକ ଦେବାକୁ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ରୁ ଓହରି ଥିଲେ ଛାତ୍ରଛାତ୍ରୀ। ପ୍ରଶାସନ ପ୍ରତିଶୃତି ନରଖିଲେ ପୁଣି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।।
Conclusion:ବାଇଟ-ଅରୁଣ ନାଏକ (ଛାତ୍ର)
ବାଇଟ-ଟୁକୁନୁ ପୁଟା ( ତହସିଲଦାର ଜୟପାଟଣା )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.