କଳାହାଣ୍ଡି: ଜିଲ୍ଲାର ଅଧମୁଣ୍ଡାସ୍ଥିତ ଆବାସିକ ସ୍କୁଲରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ । ଛାତ୍ର ଜଣଙ୍କ ହେଉଛନ୍ତି ଆଶିଷ ମାଝୀ । ସେ ଥୁଆମୂଳ ରାମପୁର ବ୍ଲକ ଖଲାଣ୍ଡି ଗାଁର କିର୍ତ୍ତି ମାଝୀଙ୍କ ପୁଅ ବୋଲି ଜଣାପଡିଛି । ଆଶିଷ ଅସୁସ୍ଥ ଥିବା ସତ୍ତ୍ବେ ତାଙ୍କ ପରିବାର ଲୋକଙ୍କୁ ସ୍କୁଲ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇନଥିଲେ । ଖବରରପାଇ ପରେ ଆଶିଷଙ୍କ ଆଇ ଭବାନୀପାଟଣା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ଖବରପାଇ ମୃତ ଆଶିଷଙ୍କ ଅଜା ଉଦ୍ଧବ ମାଝୀ ଡାକ୍ତରଖାନାରେ ପହଞ୍ଚିଥିଲେ । ପରେ ଭବାନୀପାଟଣା ସଦର ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି । ତେବେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ