ETV Bharat / state

ଜୀବିକା ଉପରେ କୋରୋନା ମାଡ, ପେଟ ଚିନ୍ତାରେ ଷ୍ଟେସନ ଦୋକାନୀ - businessman effected by lockdown

କୋରୋନା କଟକଣାରେ ଲୋକଙ୍କ ଜୀବିକା ଭୁଶୁଡିବାରେ ଲାଗିଛି । ଏସବୁ ଭିତରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବ୍ୟବସାୟ । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଳ ଷ୍ଟେସନରୁ ସାମ୍ନାକୁ ଆସିଛି ସେଭଳି କିଛି ଦୃଶ୍ୟ । ଯେଉଁଠି ଷ୍ଟେସନକୁ ଆଗଭଳି ଯାତ୍ରୀ ନ ଆସୁଥିବା ଯୋଗୁଁ ରେଳ ଷ୍ଟେସନମାନଙ୍କରେ ଥିବା ଦୋକାନୀଙ୍କ ଅବସ୍ଥା ଏବେ ପୁରା ବେହାଲ । ଅଧିକ ପଢନ୍ତୁ...

ଜୀବିକା ଉପରେ କୋରୋନା ମାଡ, ପେଟ ପୋଷିବା ଚିନ୍ତାରେ ଷ୍ଟେସନ ଦୋକାନୀ

author img

By

Published : Jun 3, 2021, 5:15 PM IST

ଭବାନୀପାଟଣା: କୋରୋନା କବଳରେ ସାରା ଦେଶ । ଲକଡାଉନ ସଟଡାଉନ କଟକଣା ଭିତରେ ବାଜିରେ ଲାଗୁଛି ଜୀବିକା । ପ୍ରଥମ ଲହରର କ୍ଷତ ନ ଶୁଖୁଣୁ ପୁଣି ଦାଉ ସାଧିଛି ଦ୍ବିତୀୟ ଲହର । ଜୀବନ ବଞ୍ଚାଇବା ଚେଷ୍ଟାରେ ଉଜୁଡିଯାଉଛି ଜୀବିକା । ଯାହା ଭିତରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବ୍ୟବସାୟ । କୋରୋନା ପ୍ରଭାବରେ ଦୀର୍ଘ ୧ ବର୍ଷ ହେବ ଅନେକ ଟ୍ରେନ ବନ୍ଦ ରହିଥିବା ବେଳେ କାଁଭାଁ ଟ୍ରେନ ଯାତାୟତ କରୁଛି । ଫଳରେ ରେଳ ଷ୍ଟେସନମାନଙ୍କରେ ଥିବା ଦୋକାନୀଙ୍କ ଅବସ୍ଥା ଏବେ ପୁରା ବେହାଲ । ଟ୍ରେନ ନ ଚଳିବା କାରଣରୁ ଯାତ୍ରୀ ଆସୁନଥିବା ବେଳେ ବ୍ୟବସାୟ ଠପ୍ ହୋଇଯାଇଛି । ଫଳରେ ପରିବାର କିଭଳି ଚାଲିବ ସେନେଇ ଚିନ୍ତାରେ ଷ୍ଟେସନ ଦୋକାନୀ । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଳ ଷ୍ଟେସନରୁ ସାମ୍ନାକୁ ଆସିଛି ସେଭଳି କିଛି ଦୃଶ୍ୟ । ଯେଉଁଠି ପ୍ଲାଟଫର୍ମରେ ଥିବା କ୍ଷତିଗ୍ରସ୍ତ ବ୍ୟବସାୟୀ କଟକଣାରେ ବଳି ପଡିଥିବା ଜୀବିକା ଜନିତ ଦୁଃଖ ବଖାଣିଛନ୍ତି ।

ଜୀବିକା ଉପରେ କୋରୋନା ମାଡ, ପେଟ ପୋଷିବା ଚିନ୍ତାରେ ଷ୍ଟେସନ ଦୋକାନୀ

କେସିଙ୍ଗା ରେଳ ଷ୍ଟେସନ ଦେଇ ଆଗରୁ ଅନେକ ଟ୍ରେନ ଯିବା ଆସିବା ହେଉଥିଲା । ଏଣୁ ପ୍ରତିଦିନ ଦିନ ହଜାର ହଜାର ଯାତ୍ରୀଙ୍କ ଭିଡ଼ ଜମୁଥିଲା ପ୍ଲାଟଫର୍ମରେ । ଫଳରେ ଷ୍ଟେସନ ପରିସରରେ ଥିବା ବ୍ୟବାସାୟୀମାନେ ବି ଭଲ ଦି ପଇସା ରୋଜଗାର କରି ପେଟ ପୋଷୁଥିଲେ । ହେଲେ କୋରୋନାର ପ୍ରଥମ ଲହର କଟକଣାରେ ଠପ୍ ହୋଇଯାଇଥିଲା ଏମାନଙ୍କ ବ୍ୟବସାୟ । ପରବର୍ତ୍ତୀ ସମୟରେ ଅନଲକ ପର୍ଯ୍ୟାୟରେ କଟକଣା କୋହଳ ପରେ ପୁଣି ବ୍ୟବସାୟୀ ଅଣ୍ଟା ସଳଖୁ ସଳଖୁ ଦ୍ବିତୀୟ ଲହର ସତେ ଯେମିତି ଭାଙ୍ଗି ଦେଇଛି ସେମାନଙ୍କ ମେରୁଦଣ୍ଡ । ଦ୍ବିତୀୟ ଲହରର କଟକଣା ଯୋଗୁଁ ସପ୍ତାହକୁ ତିନି ଦିନରେ ଦୁଇଟି ଟ୍ରେନ କେସିଙ୍ଗା ଦେଇ ଯିବାଆସିବା କରୁଛି । ଫଳରେ ଦିନେ ଯୋଉ ଷ୍ଟେସନ ଯାତ୍ରୀଙ୍କ କୋହାଳହରେ ଫାଟି ପଡୁଥିଲା, ଆଜି କଟକଣାର ତାଲାରେ ତାହା ନିଃସ୍ତବ୍ଧ । ଯେଉଁ କାରଣରୁ ଏଇଠୁ ପେଟ ପୋଷୁଥିବା ବ୍ୟବସାୟୀଙ୍କ ପାଇଁ ଲାଇସେନ୍ସ ଫି ଭରିବା ବି ମୁସ୍କିଲ ହୋଇଯାଇଛି ।

ଷ୍ଟେସନ ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିବା ଯୋଉ କେତୋଟି ହାତଗଣତି କିଛି ଯାତ୍ରୀ ପ୍ଲାଟଫର୍ମରେ ଦୋକାନ ବନ୍ଦ ଥିବା କାରଣରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଯଦି ଘରୁ ଖାଦ୍ୟ ସାମଗ୍ରୀ ନେଇ ନ ଆସୁଛନ୍ତି ତେବେ ଭୋକିଲା ରହିବାକୁ ପଡୁଛି । ଯାହାକୁ ନେଇ ସେମାନେ ଖୁବ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେପଟେ ପ୍ଲାଟଫର୍ମରେ ଥିବା ବ୍ୟବସାୟୀଙ୍କ କହିବା ମୁତାବକ, କାଁ ଭାଁ ଦୋକାନ ଖୋଲିଲା ବେଳକୁ ଯାତ୍ରୀଙ୍କ ଦେଖାମିଳୁନି । ତେଣୁ ସେମାନେ ଦୋକାନ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ତେବେ ପୁଣି କେବେ କୋରୋନା ପୃଥିବୀ ପୃଷ୍ଠରୁ ବିଦାୟ ନେବା ଆଉ ଆଗଭଳି ସବୁକିଛି ସ୍ବାଭାବିକ ହେବ ତାହାକୁ ଅପେକ୍ଷା ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.