ETV Bharat / state

ବିଜେପି ନେତାଙ୍କ ବିରୋଧରେ ସାମ୍ବାଦିକ ସମୂହ ସ୍ୱତନ୍ତ୍ର ବୈଠକ - ବିଜେପି ଜିଲ୍ଲା ଉପସଭାପତି ଅଜୟ ପାଣିଗ୍ରାହୀ

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ବିଜେପି ଜିଲ୍ଲା ଉପସଭାପତି ଅଜୟ ପାଣିଗ୍ରାହୀ ଅଶାଳୀନ ମନ୍ତବ୍ୟ ରଖିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ...

ବିଜେପି ନେତାଙ୍କ ବିରୋଧରେ ସାମ୍ବାଦିକ ସମୂହ ସ୍ୱତନ୍ତ୍ର ବୈଠକ

author img

By

Published : Oct 25, 2021, 8:05 PM IST

ଭବାନୀପାଟଣା: କଳାହାଣ୍ଡି ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ବିଜେପି ଜିଲ୍ଲା ଉପସଭାପତି ଅଜୟ ପାଣିଗ୍ରାହୀ ଅଶାଳୀନ ମନ୍ତବ୍ୟ ରଖିଥିବା ଅଭିଯୋଗ ହୋଇଛି । ସାମ୍ବାଦିକଙ୍କୁ ନେଇ ବିଜେପି ନେତାଙ୍କ ମନ୍ତବ୍ୟକୁ ନେଇ ଜିଲ୍ଲା ସାମ୍ବାଦିକ ସମୂହ ତୀବ୍ର ବିରୋଧ କରିଛି ।

ବିଜେପି ନେତାଙ୍କ ବିରୋଧରେ ସାମ୍ବାଦିକ ସମୂହ ସ୍ୱତନ୍ତ୍ର ବୈଠକ

ବିଜେପି ଜିଲ୍ଲା ଉପସଭାପତି ଅଜୟ ପାଣିଗ୍ରାହୀଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ବିଭିନ୍ନ ଥାନାରେ ଏତଲା ଦାଖଲ କରାଯାଇଛି । ଅଜୟ ପାଣିଗ୍ରାହୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସାମ୍ବାଦିକ ସମୂହ । ଏଥିପାଇଁ ଜିଲ୍ଲା ଓ ରାଜ୍ୟ ବିଜେପି ନିକଟରେ ଲିଖିତ ଅଭିଯୋଗ କରାଯାଇଛି ।

ତୁରନ୍ତ ଅଜୟ ପାଣିଗ୍ରାହୀଙ୍କ ବିରୁଦ୍ଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ହୋଇଛି । ଦାବି ପୂରଣ ନହେଲେ ବିଜେପିର ସମସ୍ତ କାର୍ଯ୍ୟକ୍ରମକୁ ସାମ୍ବାଦିକ ମାନେ ବର୍ଜନ କରିବେ ବୋଲି ଚେତାବନୀ ଦେଇଛି କଳାହାଣ୍ଡି ସାମ୍ବାଦିକ ସମୂହ ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.