କଳାହାଣ୍ଡି: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକର ସମାଜସେବୀ ସତ୍ୟବ୍ରତ ଦାସ ପଦଯାତ୍ରାରେ ବାହାରି ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହାସଲ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି । ଏଥିନିମନ୍ତେ ସେ ରାଜ୍ୟର ୩୧୪ ବ୍ଲକରୁ ପ୍ରାୟ ୨୩୩ ଟି ବ୍ଳକ ଅତିକ୍ରମ କରି ସାରିଥିବାବେଳେ ସମସ୍ତ ବ୍ଲକକୁ ପହଞ୍ଚି ସାଧାରଣ ଲୋକଙ୍କୁ ସଚେତନ କରିବାର ଲକ୍ଷ୍ୟ ରଖିଛନ୍ତି ।
ସତ୍ୟବ୍ରତ ବର୍ତ୍ତମାନ ସୁଦ୍ଧା ୭୨୦୦ କିଲୋମିଟର ଯାତ୍ରା କରିସାରିଥିବାବେଳେ ୪ ଶହ ୧୬ ଦିନରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକକୁ ପହଞ୍ଚିଛନ୍ତି । ସେ କୋକସରା ବିଡ଼ିଓଙ୍କ ଜରିଆରେ ଏକ ଦାବିପତ୍ର ଦେଇଛନ୍ତି । ତାଙ୍କ ଏହି ସତ୍ୟାଗ୍ରହକୁ ସାଧାରଣରେ ସ୍ୱାଗତ କରାଯାଇଛି ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ