କଳାହାଣ୍ଡି: ବିଜୁ ପଟ୍ଟନାୟକ ଷ୍ଟାଡିୟମ ଜିଲ୍ଲାର ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡିବାକୁ ଯାଉଛି । ଜିଲ୍ଲାର ପ୍ରଥମ ଅତ୍ୟାଧୁନିକ ଷ୍ଟାଡିୟମ ଏବେ ଆଲୋକରେ ଝଲସିବ । ଜୁନାଗଡ଼ରେ ରାଜ୍ୟ ସରକାରଙ୍କ ତରଫରୁ ଅତ୍ୟାଧୁନିକ ବିଜୁ ପଟ୍ଟନାୟକ ଷ୍ଟାଡିୟମ ନିର୍ମାଣ ହେବ । ଏଠାରେ ଦିବାରାତ୍ର ଖେଳ ପାଇଁ ଫ୍ଲଡ଼ ଲାଇଟ ବ୍ୟବସ୍ଥା କରାଯିବାର ଯୋଜନା ରହିଛି । ଏନେଇ ବେଶ ଉତ୍ସାହିତ ଅଛନ୍ତି କ୍ରୀଡାବିତ ।
କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ଶ୍ରେଷ୍ଠ କ୍ରୀଡା ଆୟୋଜକ ଭାବରେ ଓଡିଶା ଦେଶରେ ସମ୍ମାନିତ ହୋଇଛି । ଏନେଇ ରାଜ୍ୟ ସରକାର କ୍ରୀଡାବିତ ମାନଙ୍କ ପାଇଁ ସବୁବେଳେ ବିଭିନ୍ନ ପଦକ୍ଷେପ ନେଇ ଆସିଛନ୍ତି । କଳାହାଣ୍ଡି ଜିଲ୍ଲାରେ ଦିବାରାତ୍ର ଖେଳ ପାଇଁ ଫ୍ଲଡ଼ ଲାଇଟ ବ୍ୟବସ୍ଥା ରହିତ ଷ୍ଟାଡିୟମ ନେଇ କ୍ରୀଡ଼ାବିତ ମାନଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା । ଯାହା ଏବେ ପୂରଣ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ତରଫରୁ ଜୁନାଗଡରେ ବିଜୁ ପଟ୍ଟନାୟକ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ ସହ ଫ୍ଲଡ଼ ଲାଇଟ ବ୍ୟବସ୍ଥା କରାଯିବ । ଏଥିପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଏଭଳି ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ ନେଇ କ୍ରୀଡ଼ାବିତ, କ୍ରୀଡ଼ାପ୍ରେମୀ ଓ ସ୍ଥାନୀୟ ଜନ ସାଧାରଣ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଷ୍ଟାଡିୟମର ସମ୍ପୂର୍ଣ୍ଣ ନିର୍ମାଣ ପରେ ଆଗାମୀ ଦିନରେ ଏଠାରେ ରାଜ୍ୟ ତଥା ଜାତୀୟସ୍ତରର ମ୍ୟାଚ ଆୟୋଜନ କରାଯିବାର ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି ସ୍ଥାନୀୟ ବିଧାୟକ ଦିବ୍ୟଶଙ୍କର ମିଶ୍ର । ଷ୍ଟାଡିୟମ ଭୂମି ପୂଜନ କାର୍ଯ୍ୟକ୍ରମରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ନଗରପାଳ ମୁକେଶ ଅଗ୍ରୱାଲ, ବିଡ଼ିଓ ଦୁଲାରାମ ମାରାଣ୍ଡି ଯୋଗ ଦେଇଥିଲେ ।
ଆହୁରି ମଧ୍ୟ ପଢନ୍ତୁ...ପାର୍ବଣରେ କାଶତଣ୍ଡିର ସମ୍ଭାର, ଆନମନା କବି ଓ ଲେଖକ
ଓଡିଶାକୁ ଦେଶର କ୍ରୀଡା ରାଜଧାନୀ ଭାବରେ ପରିଗଣିତ କରାଯାଉଛି । କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ରାଜ୍ୟ ତଥା ଦେଶ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ । ଶ୍ରେଷ୍ଠ କ୍ରୀଡା ଆୟୋଜକ ଭାବରେ ଓଡିଶା ଦେଶରେ ସମ୍ମାନିତ ହୋଇଛି । କ୍ରୀଡାବିତ ମାନେ କିଭଳି ଆଗକୁ ଯିବେ ସେନେଇ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଖେଳାଳି ମାନେ ଜିଲ୍ଲାସ୍ତରରେ, ରାଜ୍ୟ ସ୍ତରରେ, ଜାତୀୟ ସ୍ତରରେ, ଅନ୍ତର୍ଜାତୀୟ ସ୍ତରରେ କିଭଳି ସଫଳତା ଲାଭ କରିବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରତ୍ସାହନ ଯୋଗାଇ ଦିଆଯାଉଛି । ନୂତନ କ୍ରୀଡାବିତ ସୃଷ୍ଟି ନେଇ ଖେଳାଳି ମାନଙ୍କୁ ବିଭିନ୍ନ ସୁଯୋଗ ଦିଆଯାଉଛି । ଖେଳାଳିମାନେ କିପରି ନିଜର ଖେଳ ଅଭ୍ୟାସ ଜାରି ରଖିବେ ସେନେଇ ବିଭିନ୍ନ ଜିଲ୍ଲାରେ ଇଣ୍ଡୋର ଷ୍ଟାଡିୟମ ସହିତ ଖେଳ ଅନୁଯାୟୀ ଷ୍ଟାଡିୟମ ନିର୍ମାଣ କରାଯାଇଛି । ସେପଟେ କେନ୍ଦ୍ର ସରକାରଙ୍କ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଅନେକ କ୍ରୀଡାବିତ ସୁଯୋଗ ପାଇବା ସହିତ ବହୁ ସଫଳ ଅର୍ଜନ କରିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି