ETV Bharat / state

ବସ୍ତି ଉଚ୍ଛେଦ କରିବା ପୂର୍ବରୁ ଥଇଥାନ ଦାବି - କଳାହାଣ୍ତି ଖବର

ଭବାନୀପାଟଣା ପୌର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ବସ୍ତି ବାସିନ୍ଦା । କହିଲେ ଆଗେ ଯୋଗାଅ ମୌଳିକ ସୁବିଧା ପରେ ଉଚ୍ଛେଦ କରିବ । ଅଧିକ ପଢନ୍ତୁ

ବସ୍ତି ଉଚ୍ଛେଦ କରିବା ପୂର୍ବରୁ ଥଇଥାନ ଦାବି
ବସ୍ତି ଉଚ୍ଛେଦ କରିବା ପୂର୍ବରୁ ଥଇଥାନ ଦାବି
author img

By

Published : Jan 7, 2022, 10:38 PM IST

Updated : Jan 7, 2022, 10:46 PM IST

ଭବାନୀପାଟଣା : କଳାହାଣ୍ଡିରେ ଥିବା ସୀତା ବୁର୍ଡିପଡା ୱାର୍ଡ ନମ୍ବର ୨ର ୨୦ରୁ ଊର୍ଦ୍ଧ ମହିଳା ଶୁକ୍ରବାର ଭବାନୀପାଟଣା ପୌର ବିଭାଗର ଦ୍ୱାରାସ୍ତ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ୨୦୧୬ ମସିହାରେ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରାଯିବା ସମୟରେ କିଛି ପରିବାର ଥଇଥାନ ହୋଇଥିବା ବେଳେ ୨୦ରୁ ଅଧିକ ପରିବାର ସୀତା ବୁର୍ଡିପଡାରେ ହିଁ ରହୁଥିଲେ ।

ବସ୍ତି ଉଚ୍ଛେଦ କରିବା ପୂର୍ବରୁ ଥଇଥାନ ଦାବି

ରାଜ୍ୟ ସରକାରଙ୍କ ବସ୍ତି ଆଇନ ୨୦୧୭ ଅନୁଯାୟୀ ପୌରପାଳିକା ଦ୍ବାରା ସୀତା ବୁର୍ଡିପଡାର ସର୍ଭେ କରାଯାଇ ପଟ୍ଟା ପ୍ରଦାନ କରିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଥିଲା । କିଛି ପରିବାରଙ୍କୁ ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । କିନ୍ତୁ ବର୍ଷବର୍ଷ ଧରି ସେମାନଙ୍କୁ ଥଇଥାନ କରାଯାଉ ନାହିଁ । ବର୍ତ୍ତମାନ ବସ୍ତି ଉଚ୍ଛେଦକୁ ନେଇ ଅସନ୍ତୋଷ ଦେଖାଦେଇଛି ।

ଭବାନୀପାଟଣା ପୌରପାଳିକା କାର୍ଯ୍ୟାଳୟକୁ ଆସି ସୀତା ବୁର୍ଡିପଡାର 20ଟି ପରିବାର ପ୍ରଥମେ ବାସଗୃହ ଓ ମୌଳିକ ସୁବିଧା ଦେଇ ଥଇଥାନ କରିବା ପରେ ହିଁ ଉଚ୍ଛେଦ କରିବା ପାଇଁ ଦାବି ରଖିଥିଲେ । ଏହାସହ ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Jan 7, 2022, 10:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.