ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ଠିକା କର୍ମଚାରୀଙ୍କ ମୃତ୍ୟୁ

ଲୋକଙ୍କୁ ଆଲୋକ ଯୋଗାଉ ଯୋଗାଉ ନିଜେ ଚାଲିଗଲେ ଅନ୍ଧକାରକୁ । ଖାଲି ନିଜେ ନୁହଁ ନିଜ ପରିବାରକୁ ମଧ୍ୟ ଅନ୍ଧକାରକୁ ଠେଲିଦେଲେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Sep 17, 2019, 8:05 AM IST

କଳାହାଣ୍ଡି: ବିଦ୍ୟୁତ ନେଇଛି ପୁଣି ଏକ ଜୀବନ । ଗତ ମାସେ ଭିତରେ ବାଲେଶ୍ବର, ବଲାଙ୍ଗୀର, ନୟାଗଡ ଭଳି ଆଉ କିଛି ଜିଲ୍ଲାରେ ବିଦ୍ୟୁତ ଆଘାତରେ 10ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।

ଗତକାଲି ପୁଣି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସିଂଗଝରଣ ଗାଁରେ ଜଣେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସଦରଥାନା ଅନ୍ତର୍ଗତ କୁର୍ଲୁଭଟା ଗାଁର କୃତି ନାଏକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସେ ବିଦ୍ୟୁତ ବିଭାଗରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ ବୋଲି ଜଣାପଡିଛି । ସିଂଗଝରଣ ଗାଁରେ ସୌଭାଗ୍ୟ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ବିଦ୍ୟୁତ ସଂଯୋଗ ଦେଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ କୃତିଙ୍କ ସହ କାମ କରୁଥିବା ଅନ୍ୟ ଠିକା କର୍ମଚାରୀ ସେଠାରୁ ଫେରାର ହୋଇଯିବାରୁ ଏ ଘଟଣାକୁ ନେଇ ନାନା ସନ୍ଦେହ ଦେଖାଦେଇଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଳାହାଣ୍ଡି -ବିଦ୍ଯୁତ ସଂଯୋଗ କରୁଥିବା ବେଳେ ବିଦ୍ଯୁତ ସଂସ୍ପର୍ଶରେ ଆସି ଠିକା କର୍ମଚାରୀ ମୃତ୍ୟୁ । ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସିଂଗଝରଣ ଗାଁ ରେ ଘଟିଛି ଏହି ଅଘଟଣ । ସୌଭାଗ୍ଯ ଯୋଜନା ରେ ହିତାଧିକାରୀଙ୍କ ଘରକୁ ବିଦ୍ଯୁତ ସଂଯୋଗ ଦେଉଥିବା ବେଳେ ଘଟିଛି ଅଘଟଣ । Body:ମୃତକ ସଦରଥାନା ଅନ୍ତର୍ଗତ କୁର୍ଲୁଭଟା ଗାଁର କୃତି ନାଏକ। ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ରେ ଉତ୍ତେଜନା ଦେଖି ଅନ୍ୟ ଠିକା କର୍ମଚାରୀ ଘଟଣାସ୍ଥଳରୁ ଫେରାର ।
Conclusion:ବାଇଟ-ରିତା ନାଏକ(ମୃତକଙ୍କ ଭଉଣୀ)
ବାଇଟ-ଅଭିଚନ୍ଦ୍ର(ସମ୍ପୃପ୍ତ କମ୍ପାନୀ ସୁପ୍ରଭାଇଜର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.