ETV Bharat / state

କୋଣାର୍କ ସ୍ପିନିଂ ଓ ଜିନିଂ ମିଲ ପୁନରୁଦ୍ଧାର ଦାବି, ତୁରନ୍ତ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - କଳାହାଣ୍ଡିର କୋଣାର୍କ ସ୍ପିନିଂ ମିଲ ଓ ଜିନିଂ ମିଲ

କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ସ୍ଥାପିତ ହୋଇଥିବା କୋଣାର୍କ ସ୍ପିନିଂ ମିଲ ଓ ଜିନିଂ ମିଲର ପୁନରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟଙ୍କ ଶୁଣାଣି । ଏ ଦିଗରେ ତୁରନ୍ତ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଳାହାଣ୍ଡିର କୋଣାର୍କ ସ୍ପିନିଂ ମିଲ ଓ ଜିନିଂ ମିଲ
konark spinning and ginning mill in Kalahandi
author img

By

Published : Feb 28, 2023, 5:11 PM IST

କୋଣାର୍କ ସ୍ପିନିଂ ଓ ଜିନିଂ ମିଲ ପୁନରୁଦ୍ଧାର ଦାବି

ଭବାନୀପାଟଣା: କୋଣାର୍କ ସ୍ପିନିଂ ମିଲ ଓ ଜିନିଂ ମିଲର ପୁନରୁଦ୍ଧାର ପାଇଁ ସାଇନିଂ କଳାହାଣ୍ଡି ପକ୍ଷରୁ ହାଇକୋର୍ଟରେ ଏକ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଛି । କେସ ନଂ ୪୪୬୬୨୦୨୩ରେ ସାଇନିଂ କଳାହାଣ୍ଡି ଦ୍ୱାରା ରିଟ ପିଟିସନ୍ ଦାଖଲ ପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧରନ୍ ଓ ବିଚାରପତି ମୁରହରି ଶ୍ରୀରମନଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ମାମଲାକୁ ଗୁରୁତର ସହ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଖଣ୍ଡପୀଠ ତରଫରୁ ରାଜ୍ୟ ସରକାର, କୃଷି, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ, ଇଡକୋ, କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ସାଇନିଂ କଳାହାଣ୍ଡିର ଅଧ୍ୟକ୍ଷ ଭବାନୀ ଶଙ୍କର ନିଆଲ ଓ ଉପାଧ୍ୟକ୍ଷ ନୀଳମାଧବ ସିଂହଦେଓଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁକାନ୍ତ ଦଳେଇ ମାମଲା ପରିଚାଳନା କରିଛନ୍ତି ।

ସୂଚନା ଅନୁଯାୟୀ, ୧୯୮୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉଦ୍ୟମରେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ସ୍ଥାପିତ ହୋଇଥିଲା କୋଣାର୍କ ସ୍ପିନିଂ ଓ ଜିନିଙ୍ଗ ମିଲ । ଧଳା ସୁନା ଉତ୍ପାଦନରେ କଳାହାଣ୍ଡି ରାଜ୍ୟର ପ୍ରଥମ ଜିଲ୍ଲା । ତେଣୁ ଏଠାକାର କପାକୁ ନେଇ ସ୍ପିନିଂ ଓ ଜିନିଂ ମାଧ୍ୟମରେ ସୂତା ତିଆରି କରିବା ଉଦ୍ଦେଶ୍ୟରେ ଏହି କାରଖାନା ତିଆରି ଇଥିଲା । ତେବେ ସ୍ଥାପନ ହେବା ଦିନରୁ ହିଁ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଆଜକୁ ୪୦ ବର୍ଷ ତଳେ କୋଣାର୍କ ସୂତାକଳର ପରିକଳ୍ପନା କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ କୋଟି ଟଙ୍କାରେ ମିଲର ଭିତ୍ତିଭୂମିର ବିକାଶ କରାଯାଇଥିଲା ।

ହେଲେ ରାଜନୈତିକ ଇଛାଶକ୍ତି ଅଭାବ ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ଏବେ କୋମାରେ ପଡିଛି ଜିଲ୍ଲାବାସୀଙ୍କ ଏହି ବହୁ ପ୍ରତିକ୍ଷୀତ କାରଖାନା । ଯେଉଁ ଉଦ୍ଦେଶ୍ୟରେ କୋଣାର୍କ ସୂତାକଳର ପରିକଳ୍ପନା କରାଯାଇଥିଲା, ତାହା ବାଟବଣା ହୋଇ ଯାଇଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ପ୍ରାୟ ବର୍ଷକୁ ୫ ଲକ୍ଷ କ୍ୱିଣ୍ଟାଲ କପା ଉତ୍ପାଦନ ହେଉଥିବା ବେଳେ ଏଥିରୁ ପ୍ରାୟ ୨ ଶହରୁ ୩ ଶହ କୋଟି ଟଙ୍କା ଆଦାୟ ହେବା ସହ ଚାଷୀଙ୍କ ଠାରୁ କ୍ରୟ ପାଇଁ ସରକାର ସିସିଆଇକୁ ଦାୟିତ୍ୱ ଦେଇଛନ୍ତି । ହେଲେ ସିସିଆଇ କର୍ମଚାରୀ ଓ କୋଣାର୍କ ସୂତାକଳର ଅସହଯୋଗ ନୀତି ଯୋଗୁଁ ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖିନ ହେବା ସହ କ୍ଷତି ସହୁଥିବା ଦେଖିବାକୁ ମିଳୁଛି ।

ଅନ୍ୟପଟେ ସ୍ପିନିଂ ମିଲକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟବରାଦର ଆବଶ୍ୟକତା ରହିଛି । ଯଦି ଏହି ଆର୍ଥିକ ଅନୁଦାନ ସହ ସ୍ପିନିଂ ମିଲ ଓ ଜିନିଂ ମିଲକୁ ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରାଯାଏ ତା'ହେଲେ କଳାହାଣ୍ଡି ଜିଲ୍ଲା ସମେତ ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା ଏବଂ ନବରଙ୍ଗପୁର ଜିଲ୍ଲାର ଲକ୍ଷଲକ୍ଷ ଚାଷୀ ଉପକୃତ ହେବେ ଏବଂ ବାର୍ଷିକ ଲକ୍ଷାଧିକ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମସଂସ୍ଥାନ ମିଳିପାରିବ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଉନ୍ନତମାନର କପା ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ଉନ୍ନତମାନର ସୂତା ତିଆରି ପାଇଁ ଏହା ସୁଯୋଗ ସୃଷ୍ଟି କରିବ ବୋଲି ସାଇନିଂ କଳାହାଣ୍ଡିର ଅଧ୍ୟକ୍ଷ ଭବାନୀ ଶଙ୍କର ନିଆଁଲ କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.