ETV Bharat / state

ଆମପାଣି ଘାଟିରେ ବସ ଟ୍ରକ ମୁହାଁମୁହିଁ ଧକ୍କା, ୧୦ରୁ ଊର୍ଦ୍ଧ୍ବ ଗୁରୁତର

author img

By

Published : Aug 19, 2022, 5:51 PM IST

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଟ୍ରକ ଡ୍ରାଇଭର ସମେତ ବସରେ ଥିବା ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଆମପାଣି ଘାଟିରେ ବସ ଟ୍ରକ ମୁହାଁମୁହିଁ ଧକ୍କା, ୧୦ରୁ ଊର୍ଦ୍ଧ୍ବ ଗୁରୁତର
ଆମପାଣି ଘାଟିରେ ବସ ଟ୍ରକ ମୁହାଁମୁହିଁ ଧକ୍କା, ୧୦ରୁ ଊର୍ଦ୍ଧ୍ବ ଗୁରୁତର

ଭବାନୀପାଟଣା: କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଦୁର୍ଘଟଣା । ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ ଡ୍ରାଇଭର ସମେତ ବସରେ ଥିବା ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଓଡ୍ରାଫ ଟିମ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ ଜୟପୁରରୁ ଭବାନୀପାଟଣା ଆସୁଥିବା ଏକ ସରକାରୀ ଯାତ୍ରୀବାହୀ ବସ ସହିତ ସାମ୍ନାପଟୁ ଦ୍ରୁତଗତିରେ ଆସୁଥିବା ମାଲବାହୀ ଟ୍ରକ ମଧ୍ୟରେ ଆମପାଣି ଘାଟି ନିକଟରେ ମୁହାଁମୁହିଁ ଧକ୍କା ହୋଇଛି । ବସରେ ପ୍ରାୟ ୩୦ଜଣ ଯାତ୍ରୀ ରହିଥିଲେ । ତେବେ ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ସମେତ ବସରେ ଥିବା ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ଉଭୟ ଜିଲ୍ଲାର ପୋଲିସ ଓ ଓଡ୍ରାଫ ଟିମ ପହଞ୍ଚି ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ମଇଦଲପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.