ETV Bharat / state

କଳାହାଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଗ୍ୟାସ ଟ୍ୟାଙ୍କର ଧକ୍କାରେ ୩ ମୃତ

କଳାହାଣ୍ଡି ବେଳାମାଲ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗ୍ୟାସ ଟ୍ୟାଙ୍କର ଧକ୍କାରେ ୩ ମୃତ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛି । ଅଧିକ ପଢ଼ନ୍ତୁ

author img

By

Published : Jan 8, 2023, 6:12 PM IST

Updated : Jan 8, 2023, 7:00 PM IST

କଳାହାଣ୍ଡି ବେଳାମାଲ ଛକରେ ସଡକ ଦୁର୍ଘଟଣାରେ ୩ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଳାମାଲ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗ୍ୟାସ ଟ୍ୟାଙ୍କର ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । ମୃତ ଯୁବକମାନେ ଡକାବାହଲି ଗାଁର ଅକ୍ଷୟ ଗୌଡ଼, ଟୁକୁ ଚଣ୍ଡୀ ଓ ରଘୁ ଗୌଡ଼ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଜିଲ୍ଲାର ଡକାବାହଲି ଗାଁର ୩ ଜଣ ଯୁବକ କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲାଠାରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଯାଇଥିଲେ । ସେଠାରେ କ୍ରିକେଟ ଖେଳି ନିଜ ଗାଁକୁ ବାଇକ ଯୋଗେ ଫେରୁଥିବା ସମୟରେ ସଦର ଥାନା ଅନ୍ତର୍ଗତ ବେଳାମାଲ ଛକ ନିକଟରେ ସମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଗ୍ୟାସ ଟ୍ୟାଙ୍କର ତାଙ୍କ ଉପରକୁ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣ ଯୁବକଙ୍କ ମୃତ୍ୟ ଘଟିଛି । ଖବର ପାଇ ଘଟଣାସ୍ଥଳରେ ଗ୍ରାମବାସୀ ଓ ପରିବାର ଲୋକେ ପହଞ୍ଚି କ୍ଷତିପୂରଣ ଦାବିରେ ଭବାନୀପାଟଣା-ଭୁବନେଶ୍ୱର ଜାତୀୟ ରାଜପଥ ୨୬କୁ ଅବରୋଧ କରିଛନ୍ତି । ଏନେଇ ଉତ୍ତେଜନା ଲାଗି ରହିଛି । ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Jan 8, 2023, 7:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.