ETV Bharat / state

ନର୍ଲା ପଞ୍ଚାୟତକୁ ୭ ଦିନିଆ ସଟଡାଉନ ଘୋଷଣା କଲେ ସରପଞ୍ଚ - ୭ ଦିନିଆ ନର୍ଲା ପଞ୍ଚାୟତ ସଟଡାଉନ

ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଳାହାଣ୍ଡି ନର୍ଲା ପଞ୍ଚାୟତକୁ ୭ ଦିନିଆ ସଟଡାଉନ ଘୋଷଣା କଲେ ସରପଞ୍ଚ । ଅଧିକ ପଢନ୍ତୁ...

ନର୍ଲା ପଞ୍ଚାୟତକୁ ୭ ଦିନିଆ ସଟଡାଉନ ଘୋଷଣା କଲେ ସରପଞ୍ଚ

author img

By

Published : Apr 25, 2021, 7:00 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମହାମାରୀ କୋରୋନା ଉଗ୍ରରୂପ ଧାରଣ କରିଛି । ଜିଲ୍ଲାରେ ଦୌନିକ ୨୦୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟି ଥିବାବେଳେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ ଅଛନ୍ତି । ଏହି ପରିପ୍ରେକ୍ଷୀରେ ନର୍ଲା ପଞ୍ଚାୟତବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସରପଞ୍ଚ ପଞ୍ଚାୟତକୁ 7 ଦିନିଆ ସଟଡାଉନ ଘୋଷଣା କରିଛନ୍ତି ।

ନର୍ଲା ପଞ୍ଚାୟତକୁ ୭ ଦିନିଆ ସଟଡାଉନ ଘୋଷଣା କଲେ ସରପଞ୍ଚ

କଳାହାଣ୍ଡିରେ ସପ୍ତାହନ୍ତ ସଟଡାଉନ ସହ ନାଇଟ କର୍ଫ୍ୟୁ ଜାରି ରହିଛି । ଜିଲ୍ଲାର ସମସ୍ତ ୧୩ ଗୋଟି ବ୍ଲକରେ କୋରୋନା ତାର କାୟା ବିସ୍ତାର କରିଥିବା ବେଳେ ଜିଲ୍ଲାର ନର୍ଲା ବ୍ଲକରେ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଣୁ ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡ଼ିଆ ନର୍ଲା ପଞ୍ଚାୟତକୁ ୭ ଦିନିଆ ସଟଡାଉନ ଘୋଷଣା କରିଛନ୍ତି । ଆସନ୍ତାକାଲି(ସୋମବାର) ଠାରୁ ମେ ୨ ତାରିଖ ପର୍ଯ୍ୟନ୍ତ ନର୍ଲା ସହର ସମସ୍ତ ଦୋକାନ ବଜାର ବନ୍ଦ ରହିବା ନେଇ ଘୋଷଣା କରିଥିବା ବେଳେ ଜରୁରୀକାଳୀନ ସେବାକୁ କଟକଣାରୁ ବାଦ୍ ଦିଆଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.