ETV Bharat / state

କଳାହାଣ୍ଡିରେ ଆରମ୍ଭ ହେଲା ସେରୋ ସର୍ଭେ, ଘରକୁ ଘର ବୁଲି ନମୁନା ସଂଗ୍ରହ କରିବ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ - Dictrict Chief Health Officer

ଜିଲ୍ଲାର ବିଭିନ୍ନ ବ୍ଲକରେ ଆରମ୍ଭ ହୋଇଛି ସେରୋ ସର୍ଭେ । ସମ୍ଭବତଃ 3ୟ ଲହର ଆଶଙ୍କା ଥିବାରୁ ଆଣ୍ଟିବଡ଼ିରେ କେତେ ମାତ୍ରାରେ ଉନ୍ନତି ହୋଇଛି ସେନେଇ ଏହି ସେରୋ ସର୍ଭେ କରାଯାଉଥିବା ନେଇ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ...

କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ, ଘରକୁ ଘର ବୁଲି ନମୁନା ସଂଗ୍ରହ କରିବ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ

author img

By

Published : Sep 1, 2021, 5:21 PM IST

ଭବାନୀପାଟଣା: ଜିଲ୍ଲାରେ ଆରମ୍ଭ ହୋଇଛି ସେରୋ ସର୍ଭେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ICMR ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ ଆଜିଠାରୁ(ବୁଧବାର) ସେରୋ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରେ କଳାହାଣ୍ଡି ଜିଲ୍ଲା ଅଧିନ କେସିଙ୍ଗା ବ୍ଲକ ଚାଞ୍ଚେର ଗାଁରୁ ଏହି ସର୍ଭେ ଆରମ୍ଭ ହୋଇଥିବାବେଳେ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଜିଲ୍ଲାର ଭବାନୀପାଟଣା, ଧର୍ମଗଡ଼,ଜୁନାଗଡ଼, ଲାଞ୍ଜିଗଡ଼, ନର୍ଲା ବ୍ଲକରେ ଏହି ସର୍ଭେ ଚାଲିବ ।

କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ, ଘରକୁ ଘର ବୁଲି ନମୁନା ସଂଗ୍ରହ କରିବ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ

ସେପଟେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୪ଶହ ଜନସାଧାରଣ ଓ ୧୦୦ ସ୍ବାସ୍ଥ୍ୟ କର୍ମୀଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଆଉ ଏହି ସର୍ଭେ ପାଇଁ ୪ ଜଣିଆ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ।

କୋଭିଡ ପରେ ଲୋକଙ୍କ ମଧ୍ୟରେ କେତେ ପରିମାଣରେ ଆଣ୍ଟିବଡ଼ିର ଉନ୍ନତି ହୋଇଛି, ସେ ନେଇ ଏହି ସେରୋ ସର୍ଭେ କରାଯାଉଥିବା ନେଇ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ କୋଭିଡର ଦ୍ବିତୀୟ ଲହର ଭୟାବହତା ରଚିଥିବାବେଳେ ଏବେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ତେଣୁ ଏହା ପୂର୍ବରୁ ଏହି ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ. ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.