ETV Bharat / state

ଧର୍ମଗଡକୁ ଜିଲ୍ଲା ମାନ୍ୟତା ଦାବି, ସପ୍ତାହେ ଧରି ଆନ୍ଦୋଳନରେ ଅଞ୍ଚଳବାସୀ - demand for dharamgarh dist

ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଚାଲିଥିବା ଗଣ ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଛି । ତୁରନ୍ତ ଦାବି ପୂରଣ ପାଇଁ ନିବେଦନ କରିଛନ୍ତି ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

demand for separate district
ଧର୍ମଗଡକୁ ଜିଲ୍ଲା ମାନ୍ୟତା ଦାବି
author img

By ETV Bharat Odisha Team

Published : Sep 3, 2023, 8:02 PM IST

ଧର୍ମଗଡକୁ ଜିଲ୍ଲା ମାନ୍ୟତା ଦାବି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଚାଲିଥିବା ଗଣ ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଛି । ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଚାଲିଥିବା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଧର୍ମଗଡ଼ ଓକିଲ ସଂଘ ସମେତ ବିଭିନ୍ନ ସାମାଜିକ ସଙ୍ଗଠନ । ଏହି ଦାବିକୁ ଯଥାର୍ଥତା ଜଣାଇ ସରକାର ତୁରନ୍ତ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ।

ଆଜକୁ ୭ ଦିନ ହେଲା ବିଭିନ୍ନ ସଂଗଠନ ଏବଂ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ସାମିଲ ହୋଇ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଏହି ଗଣଧାରଣା ଉପ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଚାଲିଥିବାବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି । ୧୯୯୨ ମସିହାରୁ ଧର୍ମଗଡକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ନେଇ ଦାବି ହୋଇ ଆସୁଛି । ଏନେଇ ଅନେକ ସମୟ ଆନ୍ଦୋଳନ କରି ଆସୁଥିବାବେଳେ ଦାବି ଏଯାଏଁ ପୂରଣ ହୋଇପାରିନାହିଁ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ବହୁ ବର୍ଷ ତଳେ ସ୍ବର୍ଗତ ବିଜୁ ପଟ୍ଟନାୟକ ଧର୍ମଗଡଠାରେ ଏକ ନିର୍ବାଚନୀ ସଭା କରିଥିଲେ । ଏହି ସଭାରେ ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଘୋଷଣା କରିଥିବ ବେଳେ ବିଜୁ ବାବୁଙ୍କ ଏହି ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବରେ ପୂରଣ କରିବେ ବୋଲି ବେଶ ଆଶାବାଦୀ ଅଛନ୍ତି ଧର୍ମଗଡ଼ ଅଞ୍ଚଳବାସୀ । ହେଲେ ବାରମ୍ବାର ଆନ୍ଦୋଳନ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଧର୍ମଗଡବାସୀଙ୍କ ଏହି ଆନ୍ଦୋଳନକୁ ସରକାର କର୍ଣ୍ଣପାତ କରୁନଥିବା ନେଇ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ଜିଲ୍ଲା ମାନ୍ୟତା ଦାବି: ଜିଲ୍ଲା ସଙ୍ଘର୍ଷ ସମିତିର ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ଗତ ମେ ମାସରେ ମୁଖ୍ୟମନ୍ତ୍ରୀ ଗୋଲାମୁଣ୍ଡା ଗସ୍ତରେ ଆସିଥିବାବେଳେ ଧର୍ମଗଡ ଅଞ୍ଚଳବାସୀ ପ୍ଲାକାର୍ଡ ଧରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହାସହ ଗତ 2 ମାସ ତଳେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ । ସେହି ସମୟର ମଧ୍ୟ ଏହି ସମାନ ଦାବି ଧର୍ମଗଡ଼ବାସୀ ଉପସ୍ଥାପନ କରିଥିଲେ । ହେଲେ ଦାବିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଆଲୋଚନା କରାଯାଇନାହିଁ । କିମ୍ବା ଏ ଦିଗରେ ପଦକ୍ଷେପ ନିଆଯାଇନାହିଁ । ଯାହାକୁ ନେଇ ପୁଣି ଥରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଆଜକୁ ୭ ଦିନ ହେଲା ଧାରଣାରେ ବସି ରହିଛନ୍ତି ଅଞ୍ଚଳବାସୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.