ETV Bharat / state

ଘାତକ ସାଜୁଛି କି ସ୍କ୍ରବ ଟାଇଫସ, ପୁଣି ନେଲା ଜୀବନ - କଳାହାଣ୍ଡିରେ ଜଣେ ମହିଳାଙ୍କ ଜୀବନ ନେଲା ସ୍କ୍ରବ ଟାଇଫସ

ରାଜ୍ୟରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । କଳାହାଣ୍ଡିରେ ଜଣେ ମହିଳାଙ୍କ ଜୀବନ ନେଲା ସ୍କ୍ରବ ଟାଇଫସ । ଅଧିକ ପଢନ୍ତୁ

ସ୍କ୍ରବ ଟାଇଫସ ନେଲା ଜଣଙ୍କ ଜୀବନ
ସ୍କ୍ରବ ଟାଇଫସ ନେଲା ଜଣଙ୍କ ଜୀବନ
author img

By ETV Bharat Odisha Team

Published : Sep 17, 2023, 8:00 AM IST

ସ୍କ୍ରବ ଟାଇଫସ ନେଲା ଜଣଙ୍କ ଜୀବନ

ଭବାନୀପାଟଣା: ରାଜ୍ୟରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ଡେଙ୍ଗୁ ପରେ ରାଜ୍ୟରେ ଭୟ ବଢାଇଲାଣି ସ୍କ୍ରବ ଟାଇଫସ । ବଢୁଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଛନ୍ତି । ସ୍କ୍ରବ ଟାଇଫସ ସନ୍ଦେହ ଥିଲେ ତୁରନ୍ତ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଛି ଜନସ୍ବାସ୍ଥ୍ୟ ବିଭାଗ । ବୁର୍ଲା ଭିମସାରରେ ୨୨ରୁ ଊର୍ଦ୍ଧ୍ବ ଲୋକଙ୍କ ଠାରେ ସ୍କ୍ରବ ଟାଇଫସ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ ଓ ବରଗଡରେ ସର୍ବାଧିକ ମାମଲା ଦେଖିବାକୁ ମିଳୁଛି । ଏପଟେ ସ୍କ୍ରବ ଟାଇଫସରେ କଳାହାଣ୍ଡିରେ ଜଣେ ମହିଳାଙ୍କ ଜୀବନ ଯାଇଛି । ହେଲେ ଉକ୍ତ ମହିଳାଙ୍କ ମୃତ୍ୟୁର ୧୬ ଦିନ ପରେ ରିପୋର୍ଟରୁ ଜଣାପଡିଛି ।

ସୂଚନା ଯୋଗ୍ୟ କଳାହାଣ୍ଡି ଜିଲ୍ଲାରେ ମଦନପୁର ରାମପୁର ଅଞ୍ଚଳରେ ଜଣେ ମହିଳାଙ୍କ ସ୍କ୍ରବ ଟାଇଫସ କୀଟ କାମୁଡ଼ାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଉକ୍ତ ମହିଳାଙ୍କ ମୃତ୍ୟୁର ୧୬ ଦିନ ପରେ ଡାକ୍ତରଖାନାରୁ ପ୍ରାପ୍ତ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି । ତଳସାଗର ପଡ଼ାର ଯୋଗେଶ୍ବର ସାହୁଙ୍କ ସ୍ତ୍ରୀ ଯଶୋଦା ସାହୁଙ୍କୁ କିଛିଦିନ ତଳେ ଜ୍ବର ହୋଇ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଗତ ୩୦ ତାରିଖରେ ଦିନ ରାଉଲକେଲା ସ୍ଥିତ ଜୟ ପ୍ରକାଶ ହସ୍ପିଟାଲ ଏଣ୍ଡ ରିସର୍ଚ୍ଚ ସେଣ୍ଟରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେହି ଦିନ ହିଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ବିଳମ୍ବରେ ମୃତ୍ୟୁ ପ୍ରମାଣ ପତ୍ର ଆସିବା ପରେ ସଂପୃକ୍ତ ମହିଳାଙ୍କ ମୃତ୍ୟୁର କାରଣ ଜଣାପଡିଛି ।

କଳାହାଣ୍ଡି ଜିଲ୍ଲାରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ଏହି ଖବର ଜଣା ପଡ଼ିବା ପରେ ଅଞ୍ଚଳରେ ଏବେ ଭୟର ବାତାବରଣ ଦେଖାଦେଇଛି । ପରିବାର ଲୋକଙ୍କ ସୂଚନା ଅନୁଯାୟୀ ଉକ୍ତ ମହିଳା ଜଣକ ଚାଷ ଜମିକୁ ଯାଇଥିବାବେଳେ ଏହି ବିଷାକ୍ତ କୀଟ କମୁଡ଼ିଥିବା ସ୍ପଷ୍ଟ କରିଛନ୍ତି । ତେଣୁ ଏହି ଅଞ୍ଚଳରେ ତୁରନ୍ତ ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାଯିବା ପାଇଁ ସାଧାରଣରେ ଦାବି ହୋଇଛି ।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ‘‘ରାଜ୍ୟରେ ଏବେ ଡେଙ୍ଗୁ ଚିନ୍ତା ଯାଇ ନଥିବା ବେଳେ ସ୍କ୍ରବ ଟାଇଫସ ମୁଣ୍ଡ ବିନ୍ଧାର କାରଣ ସାଜିଛି । ବୁର୍ଲା ଭିମସାରରେ ୨୨ରୁ ଊର୍ଦ୍ଧ୍ବ ଲୋକଙ୍କଠାରେ ସ୍କ୍ରବ ଟାଇଫସ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଓ ବରଗଡରେ ସର୍ବାଧିକ ମାମଲା ଜଣାପଡିଛି । ଗତ ୨ ଦିନ ମଧ୍ୟରେ ସୁନ୍ଦରଗଡ଼ରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।’’ ସ୍କ୍ରବ ଟାଇଫସ ଓ ଲେପଟୋସ୍ପାଇରୋଶିସର ପ୍ରତିକାର ପାଇଁ ସମସ୍ତ ଜିଲ୍ଲାର ସିଡିଏମଓ ଏବଂ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.