ETV Bharat / state

ବାୟୋମେଟ୍ରିକ ଟିପ ଚିହ୍ନରେ ଗ୍ରାହକଙ୍କ ଟଙ୍କା ଚଳୁ କରିଥିଲା, କୋର୍ଟଚାଲାଣ କଲା ପୋଲିସ - ଆମପାଲି ଷ୍ଟେଟ ବ୍ୟାଙ୍କ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳରେ ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ହଡପ ଘଟଣା । 2 ମାସ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଜମାକାରୀ ଅଜାଣତରେ ଜମାଖାତାରେ ଆଧାର ସଂଯୋଗ କରି ବାୟୋମେଟ୍ରିକ ଟିପ ଚିହ୍ନ ଦେଇ ଲକ୍ଷାଧିକ ଟଙ୍କା ଲୁଟ କରିଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

ଗ୍ରାହକ ସେବାକେନ୍ଦ୍ରରୁ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡପ ଘଟଣା: ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Oct 9, 2023, 5:04 PM IST

ଗ୍ରାହକ ସେବାକେନ୍ଦ୍ରରୁ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡପ ଘଟଣା: ଅଭିଯୁକ୍ତ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳରେ ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ହଡ଼ପ ଘଟଣା । 2 ମାସ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଜମାକାରୀମାନଙ୍କ ଅଜାଣତରେ ଜମାଖାତାରେ ଆଧାର ସଂଯୋଗ କରି ବାୟୋମେଟ୍ରିକ ଟିପ ଚିହ୍ନ ଦେଇ ଲକ୍ଷାଧିକ ଟଙ୍କା ଲୁଟିଥିଲା ଅଭିଯୁକ୍ତ ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ ପୋଡ଼ାଗୁଡା ଗ୍ରାମର ଜଗଦୀଶ ଚନ୍ଦ୍ର ସିଂ ଆମପାଣି ଷ୍ଟେଟ୍‌ ବ୍ୟାଙ୍କ୍‌ ଦ୍ୱାରା ଅନୁବନ୍ଧିତ ଏକ ଗ୍ରାହକ ସେବା କେନ୍ଦ୍ର ନିଜ ନାମରେ ଖୋଲି ବ୍ୟାଙ୍କ ସେବା ପ୍ରଦାନ କରି ଆସୁଥିଲେ । ଜମାକାରୀଙ୍କ ଅଜାଣତରେ ଆଧାର ସଂଯୋଗ ଥିବା ବାୟୋମେଟ୍ରିକ୍‌ ଟିପ ଚିହ୍ନ ନେଇ ସେମାନଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଫେରାର ହୋଇଥିଲେ । ଗ୍ରାହକ ସେବା କେନ୍ଦ୍ର ବନ୍ଦ ରହିବା ପରେ ଜମାକାରୀ ମାନେ ନିଜ ଆକାଉଣ୍ଟ ଚେକ୍‌ କରିବା ବେଳକୁ ସେମାନଙ୍କ ସଞ୍ଚୟ ଜମାଖାତାରେ ଟଙ୍କା ନଥିବା ଜାଣିବାକୁ ପାଇଲେ । ପରେ ଏନେଇ ଜମାକାରୀମାନେ ଆମପାଣି ଷ୍ଟେଟ ବ୍ୟାଙ୍କ ପରିଚାଳକଙ୍କୁ ଅଭିଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ବ୍ୟାଙ୍କରେ ତାଲା ପକାଇଲେ ଜମାକାରୀ, ହଡପ ଟଙ୍କା ଫେରସ୍ତ ଦାବି

ଅଭିଯୋଗ ପାଇବା ପରେ ଅଭିଯୋଗକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଯାଞ୍ଚ କରିଥିଲେ ମ୍ୟାନେଜର । ତେବେ ସମସ୍ତ ଅଭିଯୋଗକାରୀ ଜମାକାରୀଙ୍କ ଆକାଉଣ୍ଟରୁ ଜଗଦୀଶ ସିଂ ନିଜ ଆକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ଟଙ୍କା ଟ୍ରାନ୍ସଫର ହୋଇଥିବା ଜାଣିବାକୁ ପାଇଥିଲେ ବ୍ୟାଙ୍କ ମ୍ୟାନେଜର । ପରେ ବ୍ୟାଙ୍କ ମ୍ୟାନେଜର ଗତ ଅଗଷ୍ଟ ମାସ 7 ତାରିଖ ଦିନ ଏ ସଂକ୍ରାନ୍ତରେ ଆମପାଣି ଥାନାରେ ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଜଗଦୀଶ ଚନ୍ଦ୍ର ସିଂଙ୍କ ନାଁ'ରେ ଅଭିଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ବ୍ୟାଙ୍କ ଅର୍ଥ ଆତ୍ମସାତ ଘଟଣାର ତଦନ୍ତ କରିବ ତିନି ଜଣିଆ କମିଟି

ଆମପାଣି ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିବା ସହ ଫେରାର ଥିବା ଜଗଦୀଶର ମୋବାଇଲକୁ ଟ୍ରାକିଂରେ ରଖିଥିଲା । ଫେରାର ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସ୍ଥିତ ନିଜ ଶ୍ବଶୂର ଘରେ ଆତ୍ମଗୋପନ କରିଥିବା ନେଇ ପୋଲିସ ଖବର ପାଇଥିଲା । ପରେ ଏକ ଟିମ୍‌ ଗଠନ କରି ପାଟଣାଗଡ଼ରେ ଜଗଦୀଶଙ୍କ ଶ୍ବଶୂର ଘରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା ଆମପାଣି ପୋଲିସ ।

ଅଭିଯୁକ୍ତ ନିକଟରୁ ନଗଦ ୧ ଲକ୍ଷ ଟଙ୍କା ଓ ଏକ ମୋବାଇଲ ଫୋନ୍‌ ଜବତ କରିଛି। ମୋଟ ୨୬ ଜଣ ଜମାକାରୀଙ୍କ ୮ ଲକ୍ଷ ୧୪ ହଜାର ୫ ଶହ ଟଙ୍କା ହଡପ କରିଛି ଅଭିଯୁକ୍ତ ଜଗଦୀଶ ଚନ୍ଦ୍ର ସିଂ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ପୋଲିସ ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।

କଳାହାଣ୍ଡି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.