ETV Bharat / state

କଳାହାଣ୍ଡି ଲିମସେର ଗାଁ ସଟଡ଼ାଉନ - ଲିମସେର ଗାଁ ସଟଡ଼ାଉନ

କୋରୋନା ସଂକ୍ରମଣରେ ବୃଦ୍ଧି ଘଟିବା ପରେ କଳାହାଣ୍ଡି ଜିଲ୍ଲାର ଲିମସେର ଗାଁକୁ ସଟଡାଉନ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

କଳାହାଣ୍ଡି ଲିମସେର ଗାଁ ସଟଡ଼ାଉନ
କଳାହାଣ୍ଡି ଲିମସେର ଗାଁ ସଟଡ଼ାଉନ
author img

By

Published : Apr 3, 2021, 5:03 PM IST

ଭବାନୀପାଟଣା: ଗୋଲାମୁଣ୍ଡା ବ୍ଳକ ବୃନ୍ଦା ବାହାଲ ପଞ୍ଚାୟତ ଲିମସେର ଗାଁକୁ ସରପଞ୍ଚ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ତେବେ 2 ତାରିଖଠାରୁ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଗ୍ରାମରେ ସଟଡାଉନ ଲାଗୁ କରାଯାଇଛି ।

କଳାହାଣ୍ଡି ଲିମସେର ଗାଁ ସଟଡ଼ାଉନ

କୋରୋନାରେ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହେବା ସହିତ 6 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ଦେଖି ସଂକ୍ରମଣକୁ ରୋକିବା ପାଇଁ ସରପଞ୍ଚ ହେମାଙ୍ଗିନି ରାଉତ ସଟଡାଉନ ଲାଗୁ କରିଛନ୍ତି । ଏହି ଗ୍ରାମ ଅଧିନରେ ଥିବା ସମସ୍ତ ଦୋକାନ, ବଜାର, ଯାନବାହନ ଚଳାଚଳ, ଧାର୍ମିକ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅଫିସ ଆଦିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ଏହାସହିତ କାର୍ଯ୍ୟାଳୟଗୁଡିକରେ ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସଟଡାଉନକୁ ଗ୍ରାମବାସୀ ସହଯୋଗ କରିବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି । ନିୟମ ଉଲ୍ଲଘଂନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲୋକଙ୍କୁ ସଚେତନ କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.