ETV Bharat / state

ଭବାନୀପାଟଣା ପୌରଧ୍ୟକ୍ଷା ଭାବେ ଦାୟିତ୍ଵ ନେଲେ ସଂଯୁକ୍ତା

ପୌର ଅଧ୍ୟକ୍ଷା ଭାବରେ ଦାୟିତ୍ଵ ଗ୍ରହଣ କଲେ ସଂଯୁକ୍ତା ବେହେରା । ପୌରଗଡ଼କୁ ବିଜେଡିର ଦଖଲ ପରେ ଆଜି(ସୋମବାର) ଭବାନୀପାଟଣା ପୌର ଅଧ୍ୟକ୍ଷା ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି ସଂଯୁକ୍ତା ବେହେରା । ଅଧିକ ପଢନ୍ତୁ

ଭବାନୀପାଟଣା ପୌର ଅଧ୍ୟକ୍ଷା ଭାବରେ ଦାଇତ୍ଵ ଗ୍ରହଣ କଲେ ସଂଯୁକ୍ତା

author img

By

Published : Apr 4, 2022, 4:11 PM IST

ଭବାନୀପାଟଣା: ପୌର ଅଧ୍ୟକ୍ଷା ଭାବରେ ଦାୟିତ୍ଵ ଗ୍ରହଣ କଲେ ସଂଯୁକ୍ତା ବେହେରା । ପୌରଗଡ଼କୁ ବିଜେଡିର ଦଖଲ ପରେ ଆଜି(ସୋମବାର) ଭବାନୀପାଟଣା ପୌର ଅଧ୍ୟକ୍ଷା ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି ସଂଯୁକ୍ତା ବେହେରା । ମିଶନ ଶକ୍ତି ଅଧ୍ୟକ୍ଷା ଭାବରେ ଦୀର୍ଘ ବର୍ଷ ଧରି କାର୍ଯ୍ୟକରୀ ଆସିଥିବା ସଂଯୁକ୍ତା ବେହେରାଙ୍କୁ ଚଳିତ ଥର ଭବାନୀପାଟଣା ପୌର ଅଧ୍ୟକ୍ଷା ପ୍ରାର୍ଥିନୀ ଭାବରେ ଟିକେଟ ଦେଇଥିଲା ଦଳ ।

ଭବାନୀପାଟଣା ପୌର ଅଧ୍ୟକ୍ଷା ଭାବରେ ଦାଇତ୍ଵ ଗ୍ରହଣ କଲେ ସଂଯୁକ୍ତା

ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥିନୀଙ୍କ ଠାରୁ ୮ ୪୭ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଭବାନୀପାଟଣାରେ ବିଜେଡିର ବିଜୟ ବାନା ଉଡାଇ ଥିଲେ ସଂଯୁକ୍ତା । ଆଜି ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି ସଂଯୁକ୍ତା ବେହେରା । ଏନେଇ ଆଜି ପୌର କାର୍ଯ୍ୟାଳୟରେ ଦାୟିତ୍ଵ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୌର ବିଭାଗ ଅଧିକାରୀ ବଳୟ ଦେହୁରୀଙ୍କ ଉପସ୍ଥିତିରେ ଦାୟିତ୍ଵ ଗ୍ରହଣ କରିଛନ୍ତି ।

ସଂଯୁକ୍ତାଙ୍କ ଦାୟିତ୍ଵ ଗ୍ରହଣ ସମୟରେ ପୌର ବିଭାଗର ସମସ୍ତ ଅଧିକାରୀ ଓ ଦଳୀୟ ନେତା କର୍ମୀ ଓ ସମସ୍ତ କାଉନସିଲର ଉପସ୍ଥିତି ରହିଥିବା ବେଳେ ଆଗାମୀ ଦିନରେ ଭବାନୀପାଟଣା ସହରକୁ ଏକ ମଡେଲ ସହର ଭାବରେ ଗଢି ତୋଳିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ସଂଯୁକ୍ତା ।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.