ETV Bharat / state

କଳାହାଣ୍ଡିର ପ୍ୟାଡ ଓମ୍ୟାନ: ସ୍ବଚ୍ଛତା ସାଙ୍ଗକୁ ହୋଇପାରିଛନ୍ତି ସ୍ବାବଲମ୍ୱୀ - କଳାହାଣ୍ଡିରେ ସାନିଟାରୀ ନାପକିନ ପ୍ରସ୍ତୁତି

ମହିଳାଙ୍କ ପ୍ରାକୃତିକ ପ୍ରକ୍ରିୟାରେ ଅସୁବିଧାକୁ ହୃଦବୋଧ କରି ମହିଳାଙ୍କୁ ସହାୟତାର ହାତ ବଢାଇବାକୁ ଆଗେଇ ଆସିଛି କଳାହାଣ୍ଡି ଜିଲ୍ଲାର ଭୁବନେଶ୍ବର ବେହେରା ଯୁବ ସଂସ୍ଥା ।

kalahandi latest news, sanitary napkin production in kalahandi, bhubaneswar behera yuva sonstha, sanitary napkin awareness, ସାନିଟାରୀ ନାପକିନ ସଚେତନତା, କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌, କଳାହାଣ୍ଡିରେ ସାନିଟାରୀ ନାପକିନ ପ୍ରସ୍ତୁତି, ଭୁବନେଶ୍ବର ବେହେରା ଯୁବ ସଂସ୍ଥା
ଆତ୍ମନିର୍ଭରଶୀଳତାର ଅନ୍ୟନାମ ‘ସାନିଟାରୀ ନାପକିନ’
author img

By

Published : Mar 21, 2020, 10:47 PM IST

କଳାହାଣ୍ଡି: ଆଉ ଘରର ଚାରି କାନ୍ଥ ଭିତରେ ସୀମିତ ହୋଇ ରହିନାହିଁ ନାରୀ। ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି ସେ । ବିଭିନ୍ନ ବାଧାବିଘ୍ନ ମଧ୍ୟରେ ବି ନିଜକୁ ପ୍ରତିଷ୍ଠା କରି ସେ ପାଲଟିଛି ଉଦାହରଣ । ତେବେ ସମସ୍ତ କାର୍ଯ୍ୟରେ ପାରଙ୍ଗମ ମହିଳାକୁ ପ୍ରତି ମାସରେ ସହିବାକୁ ହୁଏ ଋତୁସ୍ରାବର ଯନ୍ତ୍ରଣା । ଅସହ୍ୟ ପୀଡା ସତ୍ତ୍ବେ ମୁହଁରେ ହସ ନେଇ ଅନ୍ୟଙ୍କୁ ପ୍ରେରଣା ଯୋଗାଇବାରେ ପଛାଏ ନାହିଁ ମହିଳା ।

ଆତ୍ମନିର୍ଭରଶୀଳତାର ଅନ୍ୟନାମ ‘ସାନିଟାରୀ ନାପକିନ’

ମହିଳାଙ୍କ ଏହି ପ୍ରାକୃତିକ ପ୍ରକ୍ରିୟାରେ ଅସୁବିଧାକୁ ହୃଦବୋଧ କରି ମହିଳାଙ୍କୁ ସହାୟତାର ହାତ ବଢାଇବାକୁ ଆଗେଇ ଆସିଛି କଳାହାଣ୍ଡି ଜିଲ୍ଲାର ଭୁବନେଶ୍ବର ବେହେରା ଯୁବ ସଂସ୍ଥା । ଜାତୀୟ ସ୍ବାସ୍ଥ୍ୟ ସର୍ଭେ ଅନୁଯାୟୀ ଭାରତ ବର୍ଷରେ 62 ପ୍ରତିଶତ ମହିଳା ଋତୁସ୍ରାବ ସମୟରେ ସ୍ବଚ୍ଛତା ଅବଲମ୍ବନ କରିନଥାନ୍ତି । ବିଶେଷ କରି ସ୍କୁଲ ଓ କଲେଜରେ ପାଠ ପଢୁଥିବା ଛାତ୍ରୀ ସାନିଟାରୀ ନାପକିନ ବ୍ୟବହାର ଜାଣି ନଥିବାରୁ 52 ପ୍ରତିଶତ ଝିଅଙ୍କର ପାଠ ପଢାରେ ଲାଗିଯାଏ ଅଧାରୁ ଲଗାମ ।

ଏହି ପରିସଂଖ୍ୟାନ ଭୁବନେଶ୍ବର ବେହେରା ଯୁବ ସଂସ୍ଥାକୁ ପ୍ରେରଣା ଯୋଗାଇଥିଲା । ସଂସ୍ଥା ସହ ଜଡିତ ମହିଳା ଓ ଛାତ୍ରୀ ଆରମ୍ଭ କରିଥିଲେ ସାନିଟରୀ ନାପକିନ ପ୍ରସ୍ତୁତି । ଯାହାର ପ୍ରଥମ ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳ ମହିଳାଙ୍କ ସ୍ବଚ୍ଛତା ଓ ଦ୍ବିତୀୟରେ ମହିଳାଙ୍କୁ ଏହା ମାଧ୍ୟମରେ ରୋଜଗାର ଦେବା । ବର୍ତ୍ତମାନ ଏହି ସଂସ୍ଥା କେବଳ ଜିଲ୍ଲା ନୁହେଁ ବରଂ ସୁଦୂର କେରଳକୁ ମଧ୍ୟ ସାନିଟାରୀ ନାପକିନ ପଠାଉଛି ।

ତେବେ ସଂସ୍ଥାର ଯାତ୍ରା ଏତେ ସହଜ ନଥିଲେ ବି ଦୃଢ ଇଛାଶକ୍ତି ବଳରେ ଆଜି ଗ୍ରାମଞ୍ଚଳର ମହିଳାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସକ୍ଷମ ହୋଇଛି ସଂସ୍ଥା । ଏଥିସହ ଏହା ଅନେକ ମହିଳାଙ୍କୁ ଯୋଗାଇଛି ରୋଜଗାରର ନୂଆ ପନ୍ଥା । 2 ବର୍ଷ ତଳେ ସାନିଟାରି ନାପକିନର ଆବଶ୍ୟକତାକୁ ବୁଝିନଥିଲେ ଗ୍ରାମାଞ୍ଚଳର ମହିଳା । ହେଲେ ଏବେ ସଂସ୍ଥାର ସହଯୋଗରେ ଧୀରେ ଧୀରେ ଏହାକୁ ବେଶ ଭଲ ଭାବେ ବୁଝିଲେଣି ଗ୍ରାମାଞ୍ଚଳର ମହିଳା ଓ ଝିଅମାନେ ।

ବର୍ତ୍ତମାନ ସଂସ୍ଥାରେ 90 ଜଣ ସାମିଲ ହୋଇଛନ୍ତି । ଆଉ ଏମାନଙ୍କ ନିଷ୍ଠାପର କାର୍ଯ୍ୟଶୈଳୀ ଯୋଗୁଁ ଏହାକୁ ଦେଖି ସଂସ୍ଥାକୁ ନାବାର୍ଡ ଯୋଗାଇଛି ଟ୍ରେନିଂ ସହାୟତା । ତେବେ ଆଗକୁ ସାରା ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ଲକ୍ଷ୍ୟ ରଖିଛି ସଂସ୍ଥା ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.