ETV Bharat / state

ମରୁଡି ଘୋଷଣା ଦାବିରେ ସଚେତନ କୃଷକ ମଞ୍ଚର ଶୋଭାଯାତ୍ରା - less rain in kalahandi

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ନିଅଣ୍ଟିଆ ବର୍ଷାରେ ପ୍ରଭାବିତ ହୋଇଛି ଧାନ ଚାଷ । ବ୍ଲକକୁ ମରୁଡି ପ୍ରଭାବିତ ଘୋଷଣା ଦାବିରେ କୋକସରା ସଚେତନ କୃଷକ ମଞ୍ଚ ପକ୍ଷରୁ ଶୋଭାଯାତ୍ରା । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର । ଅଧିକ ପଢନ୍ତୁ...

ମରୁଡି ଘୋଷଣା ଦାବିରେ ସଚେତନ କୃଷକ ମଞ୍ଚର ଶୋଭାଯାତ୍ରା

author img

By

Published : Sep 9, 2021, 5:34 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚଳିତ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି । ବ୍ଲକର ଅନେକ ଚାଷଜମିରେ ଆଜି ପର୍ଯ୍ୟନ୍ତ ମଧ୍ୟ ରୁଆ ବେଉଷଣ କାର୍ଯ୍ୟ ମଧ୍ୟ ସରିନାହିଁ । ବ୍ଲକରେ ମେଗାଲିଫ୍ଟ କେନାଲ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ କୋକସରା ବ୍ଲକର ଅନେକ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିକୁ ପାଣି ମାଡୁନାହିଁ । ଫଳରେ ବ୍ଲକରେ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି। ତେଣୁ ବର୍ତ୍ତମାନ ସ୍ଥିତିକୁ ଦେଖି ବ୍ଲକକୁ ମରୁଡି ପ୍ରଭାବିତ ଘୋଷଣା ଦାବି କରିଛି କୋକସରା ସଚେତନ କୃଷକ ମଞ୍ଚ ।

ମରୁଡି ଘୋଷଣା ଦାବିରେ ସଚେତନ କୃଷକ ମଞ୍ଚର ଶୋଭାଯାତ୍ରା

ଆଜି କୋକସରା ସଚେତନ କୃଷକ ମଞ୍ଚ ପକ୍ଷରୁ ଏକ ବିଶାଳ ଚାଷୀ ଶୋଭାଯାତ୍ରା କୋକସରା ଜଗନ୍ନାଥ ମନ୍ଦିରରୁ ବାହାରି ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏହା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛି ସଂଗଠନ ।

କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.