ETV Bharat / state

ଉପାନ୍ତ ଇଲାକାରେ ସ୍ୱପ୍ନ ପାଲଟିଛି ପକ୍କା ରାସ୍ତା, ଅସନ୍ତୋଷ ଗ୍ରାମବାସୀ - ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

ଥୁଆମୂଳ ରାମପୁର ବ୍ଲକ ତୁମୁନିଖୋଲ ଗାଁ ର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ । ଅଧିକ ପଢନ୍ତୁ

road problem
road problem
author img

By

Published : Jun 13, 2023, 9:30 AM IST

Updated : Jun 13, 2023, 10:32 AM IST

ଉପାନ୍ତ ଇଲାକାରେ ସ୍ୱପ୍ନ ପାଲଟିଛି ପକ୍କା ରାସ୍ତା

ଭବାନୀପାଟଣା: ଗାଁକୁ ବିକାଶ ଦିଗରେ ନେବା ପାଇଁ ସରକାରଙ୍କ ଅନେକ ଯୋଜନା । ଗାଁକୁ ଚାଲ ଗାଁକୁ ଗଢ ଏଭଳି କିଛି ସ୍ଲୋଗାନ ନେଇ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଆଜିବି ଉପାନ୍ତ ଅଞ୍ଚଳରେ ପହଞ୍ଚିପାରି ନାହିଁ ସରକାରଙ୍କ ବିକାଶ ରଥ । ଏପରି ଏକ ଗାଁ ହେଉଛି କଳାହାଣ୍ଡି ଜିଲ୍ଲାର ସବୁଠୁ ପଛୁଆ ଓ ଅପହଞ୍ଚ ଇଲାକା ଭାବରେ ପରିଚିତ ଥୁଆମୂଳ ରାମପୁର ବ୍ଲକ ତୁମୁନିଖୋଲ ଗାଁ । ଯେଉଁଠାରେ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଲୋକେ ।

ଖାଲ ଖମା ପଥୁରିଆ ଘାଟି ରାସ୍ତା । ଯେଉଁଠିକି ସାଇକେଲ କିମ୍ବା ଦୁଇ ଚକିଆ ଯିବା ତ ଦୂରର କଥା ଚାଲିକି ଯିବାବି ମୁସ୍କିଲ । ବ୍ଲକ ମୁଖ୍ୟାଳୟଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଗାଁର ରାସ୍ତାକୁ ଦେଖିଲେ ମନେ ହେଉଛି ସରକାରଙ୍କ ବିକାଶ ମାନଚିତ୍ରରୁ ଅଦୃଶ୍ୟ ଏହି ଉପାନ୍ତ ଗାଁ । କେବଳ ଏ ଗୋଟିଏ ଗାଁ ନୁହେଁ ବରଂ ଏମିତି ଅନେକ ଗାଁ ଅଛି ଯେଉଁଠିକି ଆଜିବି ପକ୍କା ରାସ୍ତା ପାଇଁ ଲୋକେ ସଂଘର୍ଷ କରୁଛନ୍ତି । ସେହିପରି ଦୁଇଟି ନାଳ ଓ ନାଗାବଳୀ ନଦୀ ଦେଇ ଘାଟି ରାସ୍ତା ଦେଇ ଗଲେ ପଡେ ବିଲାମାଲ ଗାଁ । କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ଏହି ଗାଁ ବ୍ଲକଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ବେଳେ ଏହି ଗ୍ରାମବାସୀ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ରାୟଗଡା ଜିଲ୍ଲା ଉପରେ ନିର୍ଭର କରନ୍ତି । କୌଣସି ପଟୁ ଗାଁକୁ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ଆସି ପାରୁନାହିଁ ଯାହା ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।

ସେପଟେ ଗାଁକୁ ରାସ୍ତା ନିର୍ମାଣ ନେଇ ବାରମ୍ବାର ଉପାନ୍ତ ଇଲାକାର ଲୋକେ ସରକାରୀ ବାବୁଙ୍କଠାରୁ ଆରମ୍ଭ କରି ନିର୍ବାଚିତ ଜନପ୍ରତିନିଧିଙ୍କ ନିକଟରେ ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ମିଳି ପାରୁନଥିବା ଅଭିଯୋଗ କରିଛନ୍ତି ଲୋକେ । ହେଲେ ଲୋକଙ୍କ ଏହି ସମସ୍ୟା ସତେ ଯେମିତି ସରକାରୀ ବାବୁଙ୍କ ନଜର ନାହିଁ । ତେବେ ଏନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା ପାଇଁ ନିଆଯାଉଛି ପଦକ୍ଷେପ ।

ଇଟିଭି ଭାରତ, କଳାହାଣ୍ଡି

Last Updated : Jun 13, 2023, 10:32 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.