ETV Bharat / state

ବର୍ଷାରେ ବେହାଲ ଭବାନୀପାଟଣାର ରାସ୍ତାର ଅବସ୍ଥା, ଲହଡି ଭାଙ୍ଗୁଛି ବର୍ଷା ପାଣି - ମଦନପୁର ରାମପୁର ରାସ୍ତାର ଅବସ୍ଥା ଶୋଚନୀୟ

ଭବାନୀପାଟଣା ସହରର ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଖାଲ ଖମା ସାଙ୍ଗକୁ ଏବେ ରାସ୍ତା ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଅଧିକ ପଢନ୍ତୁ

ବର୍ଷାରେ ବେହାଲ ଭବାନୀପାଟଣାର ରାସ୍ତାର ଅବସ୍ଥା, ଲହଡି ଭାଙ୍ଗୁଛି ବର୍ଷା ପାଣି

author img

By

Published : Aug 22, 2022, 12:59 PM IST

ଭବାନୀପାଟଣା: ସହରାଞ୍ଚଳକୁ ସରସ ସୁନ୍ଦର କରିବା ପାଇଁ ସରକାରଙ୍କ ଅନେକ ଯୋଜନା । କିନ୍ତୁ ଲାଗୁଛି ଯେମିତି ସରକାରଙ୍କ ନଜର ଆଢୁଆଳରେ ରହିଯାଇଛି କଳାହାଣ୍ଡି ଗଡ଼ଜାତ ଅଞ୍ଚଳର ରାଜଧାନୀ ଭାବରେ ପରିଚିତ ଭବାନୀପାଟଣା ସହର । ଖାଲ ଖମାରେ ଭରି ରହିଛି ସହରର ରାସ୍ତାଘାଟ । ବନ୍ୟାଜଳ ନିଷ୍କାସନ ହୋଇନପାରି ରାସ୍ତାଘାଟରେ ଜମି ରହୁଛି ବର୍ଷାପାଣି । ଏପରିକି ସହରର ଅନେକ ତଳି ଅଞ୍ଚଳରେ ବନ୍ୟାଜଳ ପଶିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଯାଇଥିଲା ।

ବର୍ଷାରେ ବେହାଲ ଭବାନୀପାଟଣାର ରାସ୍ତାର ଅବସ୍ଥା, ଲହଡି ଭାଙ୍ଗୁଛି ବର୍ଷା ପାଣି

କଳାହାଣ୍ଡି ଗଡ଼ଜାତ ଅଞ୍ଚଳର ରାଜଧାନୀ ଭାବରେ ପରିଚିତ ଭବାନୀପାଟଣା ସହର । ଏହି ପୂରାତନ ସହରର ୨୦ଟି ୱାର୍ଡକୁ ନେଇ ୧୯୫୨ ମସିହାରେ ପୌରାଞ୍ଚଳର ମାନ୍ୟତା ପାଇଥିଲା । ଏହି ସହରର ଜନ ସଂଖ୍ୟା ପ୍ରାୟ ୧ ଲକ୍ଷରୁ ଅଧିକ । ସେହିପରି ଜିଲ୍ଲା ମୁଖ୍ୟାଳୟ ଯୋଗୁଁ ପ୍ରତ୍ୟେକ ଦିନ ଏଠାକୁ ଶହ ଶହ ଲୋକ ଆସିଥାନ୍ତି । ହେଲେ ସହରର ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ମରାମତି ଅଭାବରୁ ସହରର ରାସ୍ତାଘାଟ ଖାଲ ଖମା ସୃଷ୍ଟି ହୋଇଛି । ସାମାନ୍ୟ ବର୍ଷାରେ ଖାଲଖମାରେ ବର୍ଷା ପାଣି ଜମିରହୁଛି । ସେପଟେ ଗତକିଛି ଦିନ ହେଲା ଲଗାଣ ବର୍ଷା ହେଉଥିବାରୁ ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଭବାନୀପାଟଣା ସହର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରୁ ତାରିଣୀ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ଖାଲି ଏହି ଗୋଟିଏ ରାସ୍ତା ନୁହଁ ସହରର ୨୦ଟି ୱାର୍ଡର ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇ ପଡିଛି ।

ଇଏତ ଗଲା ଭବାନୀପାଟଣା ସହର କଥା । ସେପଟେ ସହର ଦେଇ ଯାଇଥିବା ମଦନପୁର ରାମପୁର ରାସ୍ତାର ଅବସ୍ଥା ମଧ୍ୟ ସେତେଟା ଭଲ ନୁହେଁ । ଏହି ରାସ୍ତାର ମେଦିନିପୁର ଛକ ନିକଟରେ ଥିବା ୭୦ ବର୍ଷ ତଳର ପୋଲର ଅବସ୍ଥା ମଧ୍ୟ ଏବେ ବେହାଲ ହୋଇ ପଡିଛି । ଅଳ୍ପ ବର୍ଷାରେ ପୋଲ ଉପରେ ପାଣି ଜମା ହୋଇ ରହୁଛି । ଯାହାକୁ ନେଇ ଏବେ ସହରବାସୀ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ଯଥା ଶୀଘ୍ର ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଏନେଇ ପୌର ଅଧ୍ୟକ୍ଷା କହିଛନ୍ତି, "ସହରର ରାସ୍ତାର ଅବସ୍ଥା ବହୁତ ଖରାପ ଅଛି । ଏନେଇ ଜିଲ୍ଲା ପୂର୍ତ୍ତ ବିଭାଗ ସହ ଆଲୋଚନା କରାଯାଇଛି । ସହରର ରାସ୍ତା ଘାଟର ସର୍ଭେ ସରିଛି । ଯଥା ଶୀଘ୍ର ରାସ୍ତା ନିର୍ମାଣ କରାଯିବ ।" ଭବାନୀପାଟଣା ସହରର ରାସ୍ତାର ଅବସ୍ଥା କେବେ ପରିବର୍ତ୍ତନ ହେବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.