ETV Bharat / state

ବଦଳୁନି କଳାହାଣ୍ଡିର ଛବି, ପୁଣି ଭାରରେ ବୁହା ହେଲା ମୃତଦେହ - dead body carried on bed

ପୁଣି ଭାରରେ ବୁହା ହେଲା ମୃତଦେହ । ରାସ୍ତା ନଥିବାରୁ 8 କିମିର ପାହାଡିଆ ରାସ୍ତାରେ ମୃତଦେହକୁ ଖଟିଆରେ ବୋହିଲେ ପରିବାର ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Aug 27, 2019, 8:33 PM IST

କଳାହାଣ୍ଡି: ବଦଳୁନି କଳାହାଣ୍ଡିବାସୀଙ୍କ ଜୀବନ ଶୈଳୀ । ଆଜି ପୁଣି ଥରେ ଖଟିଆରେ ବୁହା ହେଲା ମୃତଦେହ । ଜିଲ୍ଲା ମଦନପୁର ରାମପୁର ବ୍ଲକର ବାଗବିଲା ଗାଁ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ଗାଁକୁ ରାସ୍ତା ନଥିବାରୁ ଅଧ ବାଟରେ ଅଟକି ରହିଲା ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ପାହାଡି ରାସ୍ତାରେ ମୃତ ଦେହକୁ ଖଟିଆରେ କାନ୍ଧେଇ 8 କିମି ଚାଲିଲେ ପରିଜନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନାଯୋଗ୍ୟ, ଉକ୍ତ ଗାଁର ଜମୁନ୍ତି ମାଝୀ ଚାଷଜମିକୁ ଯିବା ସମୟରେ ହଠାତ ଖସି ପଡି ଆହତ ହୋଇଥିଲେ । ଏହାପରେ ବଲାଙ୍ଗୀର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ଆଜି ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ଏହା ପରେ ଆମ୍ବୁଲାନ୍ସ ଯୋଗେ ମୃତ ଦେହକୁ ଗାଁକୁ ଅଣାଯାଇଥିବା ବେଳେ ରାସ୍ତା ନଥିବାରୁ ବଡେନସରା ଗାଁରୁ ଫେରିଯାଇଥିଲା ଗାଡି । ତେବେ ବଡେନସରାରୁ ବାଗବିଲା ଗାଁକୁ ପ୍ରାୟ 8 କିମିର ପାହିଡିଆ ରାସ୍ତାରେ ବାଧ୍ୟ ହୋଇ ଖଟିଆରେ ମର ଶରୀରକୁ ବୋହିଥିଲେ ପରିବାର ଲୋକେ ।

କେବେ ଗାଁ ସହ ଯୋଡି ହେବ ସହର । ଆଉ କେତେ ଥର ରୋଗୀ, ଗର୍ଭବତୀ ଓ ମୃତଦେହକୁ ବୁହା ହେଲେ ଚେତା ପଶିବ ସରକାରଙ୍କର । ଏଭଳି ଘଟଣା ଥରେ ଅଧେ ନୁହେଁ ବାରମ୍ବାର ଘଟିଲା ପରେ ମଧ୍ୟ ନିରଦ୍ରଷ୍ଟା ସାଜିଛି ପ୍ରଶାସନ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ର ଦେଢ଼ଶୁଲି ପଞ୍ଚାୟତ ଅନ୍ତର୍ଗତ ବାଗବିଲା ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ।ଖଟିଆରେ ବୁହାହୋଇ ଶବକୁ ନିଆ ଯାଉଛି ଗାଁ କୁ। ଏହି ଗାଁକୁ ଯିବା ପାଇଁ ରାସ୍ତାଟିଏ ନ ଥିବାରୁ ଏଭଳି ଅନେକ ରୋଗୀଙ୍କର ଅସୁବିଧା ହେଉଛି ଯାହାଫଳରେ ଆମ୍ବୁଲାନ୍ସ ଟିଏ ମଧ୍ୟ ଗାଁକୁ ଯାଇ ପାରୁନି। Body:ଯାହାର ଉଦାହରଣ ହେଉଛି ଜମୁନ୍ତି ମାଝୀ ଙ୍କ ର ଏ ଦୃଶ୍ୟ ।ଗତକାଲି ସେ କ୍ଷେତ କୁ ଚାଷ ପାଇଁ ଯିବା ସମୟରେ ହଠାତ ଖସି ଯାଇ ଆହତ ହୋଇଥିଲେ। ଯାହାଫଳରେ ତାଙ୍କୁ ବାଗବିଲା ଗାଁ ରୁ ୮ କିଲୋମିଟର ଦୂର ଅଣାଯାଇ ଚିକିତ୍ସା ପାଇଁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି ଯାଇଥିଲା କିନ୍ତୁConclusion: ଆଜି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବାରୁ ପୁଣି ଆମ୍ବୁଲାନ୍ସ ସାହାଯ୍ୟରେ ସେହି ୮କିଲୋମିଟର ବଡେନସରା ଗାଁରେ ମୃତ ଦେହଟିକୁ ଆମ୍ବୁଲାନ୍ସ ଛାଡ଼ିକି ଚାଲିଗଲା।ତେଣୁ ପ୍ରଶାସନ କୁ ଅନୁରୋଧ ଏହି ଗାଁକୁ ଭଲ ରାସ୍ତା ଖଣ୍ଡିଏ ଯୋଗାଇଦେଲେ ସାଧାରଣ ଲୋକ ଙ୍କ ସମେତ ରୋଗୀଙ୍କର ଯାତାୟତ ଠିକ ଭାବରେ ହୋଇପାରିବ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.