ETV Bharat / state

ସ୍ପିଡ଼ ବ୍ରେକର ନିର୍ମାଣ ଦାବିରେ ରାସ୍ତା ଅବରୋଧ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆମୂଳ ରାମପୁର ୪୪ ନମ୍ବର ରାଜ୍ୟ ରାଜପଥରେ ସ୍ପିଡ଼ ବ୍ରେକର ନିର୍ମାଣ ଦାବି କରି ରାସ୍ତା ଆବରୋଧ । ଅଧିକ ପଢନ୍ତୁ...

ସ୍ପିଡ଼ ବ୍ରେକର ନିର୍ମାଣ ଦାବିରେ ରାସ୍ତା ଅବରୋଧ
ସ୍ପିଡ଼ ବ୍ରେକର ନିର୍ମାଣ ଦାବିରେ ରାସ୍ତା ଅବରୋଧ
author img

By

Published : Dec 29, 2020, 12:47 PM IST

ଭବାନୀପାଟଣା: ସଡକ ସଚେତନତା ଅଭାବରୁ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର 44 ନମ୍ବର ଜାତୀୟ ରାଜପଥ ଅଟାଙ୍ଗଗୁଡା ଛକରେ ସ୍ପିଡ ବ୍ରେକର ନିର୍ମାଣ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି ।

ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ବଢି ଚାଲିଛି । ଅଟାଙ୍ଗଗୁଡା ଛକ ଦେଇ କର୍ଲାପାଟ ଅଭୟାରଣ୍ୟ ଓ ପର୍ଯ୍ୟଟନ ସ୍ଥଳୀ ଫୁର୍ଲିଝରଣ ଜାଖମ ଭଳି ପର୍ଯ୍ୟଟନ ସ୍ଥଳୀକୁ ରାସ୍ତା ରହିଛି । ଲୋକମାନେ ବହୁ ସଂଖ୍ୟାରେ ସେହି ଜାଗାକୁ ବୁଲିବାକୁ ଆସିଥାନ୍ତି । ସେହି ସ୍ଥାନରେ ସ୍ପିଡ ବ୍ରେକର ନଥିବାରୁ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି ।

ସ୍ପିଡ଼ ବ୍ରେକର ନିର୍ମାଣ ଦାବିରେ ରାସ୍ତା ଅବରୋଧ

ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଭବାନୀପାଟଣା ଥୁଆମୂଳ ରାମପୁର ୪୪ ନମ୍ବର ରାଜ୍ୟ ରାଜପଥ ଅଟାଙ୍ଗଗୁଡା ଛକ ନିକଟରେ ସ୍ପିଡ ବ୍ରେକର ନିର୍ମାଣ ପାଇଁ ଦାବି କରି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । ରାସ୍ତା ଅବରୋଧ କରିବା ଫଳରେ ଉଭୟ ପଟରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଭବାନୀପାଟଣା ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ 7 ଦିନ ଭିତରେ ସମସ୍ୟାର ସମଧାନ କରିବେ ବୋଲି କହିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.