ETV Bharat / state

ଫୁଲୁଛି ନଦୀ, ଆତଙ୍କିତ ନଦୀ କୂଳିଆ ଗ୍ରାମବାସୀ

author img

By

Published : Aug 16, 2022, 7:35 AM IST

କଳାହାଣ୍ଡି ଜିଲ୍ଲାରେ ଗତ ୪ ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ସେପଟେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ହାତୀ ନଦୀ, ତେଲ ନଦୀ ନାଗାବଳୀ ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାବେଳେ, ଆତଙ୍କିତ ଏବେ ନଦୀ କୂଳିଆ ଗ୍ରାମବାସୀ । ଅଧିକ ପଡନ୍ତୁ

RIVER WATER LEVEL INCREASING DUE TO HEAVY RAIN IN KALAHANDI
ଫୁଲୁଛି ନଦୀ, ଆତଙ୍କିତ ନଦୀ କୂଳିଆ ଗ୍ରାମବାସୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଗତ 4ଦିନ ଧରି ବର୍ଷା ଲାଗି ରହିଥିବାବେଳେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ହାତୀ ନଦୀ, ତେଲ ନଦୀ ନାଗାବଳୀ ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଏବେ ଆତଙ୍କିତ ନଇ କୂଳିଆ ଗ୍ରାମବାସୀ । କଲମପୁର ବ୍ଲକର ଭେଳା ଗାଁରେ ହାତୀ ନଦୀର ବନ୍ୟା ପାଣି ମାଡ଼ି ଆସିବା ଫଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିବା ଜଣାପଡିଛି ।

ଫୁଲୁଛି ନଦୀ, ଆତଙ୍କିତ ନଦୀ କୂଳିଆ ଗ୍ରାମବାସୀ

ସୂଚନା ଅନୁସାରେ, ହାତୀ ନଦୀ ପାଣି ମାଡ଼ି ଆସିବାରୁ କଲମପୁର ବାଲିଛଡ଼ା ରାସ୍ତା ଉପରେ 3 ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବା ଜଣାପଡିଛି । ଏନେଇ ବାଲିଛଡ଼ା ଗାଁକୁ ଯୋଗଯୋଗ ବିଚ୍ଛିନ୍ନ । ସେପଟେ ଜିଲ୍ଲାର କୋକସରା ବ୍ଳକରେ ଲଗାଣ ବର୍ଷା ଯୋଗୁଁ ୧୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ଯାଇଥିବା ବେଳେ ଲୋକେ ଗାଁ ସ୍କୁଲରେ ଆଶ୍ରୟ ନେଇଥିବା ସହ ବନ୍ଧକନା ନିକଟରେ ରାସ୍ତା ଉପରେ ଗଛ ଉପୁଡି ପଡିବାରି ମୁଖୀଗୁଡା କଲମପୁର ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

ସେହିପରି ଲଗାଣ ବର୍ଷା ଯୋଗୁଁ ପୁଣିଥରେ ଜୁନାଗଡ଼ ଧର୍ମଗଡ଼ ମଧ୍ୟରେ ଯୋଗଯୋଗ ଠପ ହୋଇଛି । ଚଳିତ ବର୍ଷାରେ ପୁଣି ଥରେ ବଡ଼ ବସୁଲର ହାଲେର ଜୋରରେ ୪ ଫୁଟରୁ ଉର୍ଦ୍ଧ୍ବ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଥିବା ନେଇ ଯାତାୟତ ଠପ ହୋଇଯାଇଛି । ଏନେଇ ବ୍ଲକ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ରାସ୍ତା ଦେଇ ଯିବା ପାଇଁ ଲୋକଙ୍କୁ ବାରଣ କରାଯାଇଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.