ETV Bharat / state

କୃଷିଭିତ୍ତିକ ପର୍ବ, ଚାଷୀ ଏବଂ ନୂଆଁଖାଇର ନିଆରା ପରମ୍ପରା

ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ବା ଗଣପର୍ବ ନୂଆଁଖାଇ । ବର୍ଷର ପ୍ରଥମ ଶସ୍ୟ ଉତ୍ପାଦନ ପରେ ଇଷ୍ଟଦେବୀଙ୍କୁ ଅର୍ପଣ କରେ ଚାଷୀ । ଅଧିକ ପଢ଼ନ୍ତୁ

rituals of agricultural festival nuakhai
କୃଷିଭିତ୍ତିକ ପର୍ବ, ଚାଷୀ ଏବଂ ନୂଆଁଖାଇର ନିଆରା ପରମ୍ପରା
author img

By

Published : Aug 31, 2022, 9:33 PM IST

ଭାବନୀପାଟଣା: ରାତି ପାହିଲେ ନୂଆଁଖାଇ । ନୂଆ ଧାନ ଅମଳର ଖୁସି ପାଳନ କରିବେ ପଶ୍ଚିମ ଓଡ଼ିଶାବାସୀ (rituals of agricultural festival nuakhai) । ଭାଦ୍ରବ ମାସର ଶୁକ୍ଲ ପକ୍ଷ ତିଥିରେ ଘରେ ଘରେ ପାଳିତ ହୁଏ ନୂଆଁଖାଇ ପର୍ବ । ଅନନ୍ୟ ଏହି ମାଟିର ସଂସ୍କୃତି ଏବଂ ପରମ୍ପରା । ଏଠି କୃଷି ଲୋକଙ୍କ ମୁଖ୍ୟ ବେଉସା । ଏଠାକାର ପାଣିପାଗ, ପର୍ବ ପର୍ବାଣୀ ଏବଂ ନାଚଗୀତରେ ଭାରି ରହିଥାଏ ଚାଷ ଏବଂ ଚାଷୀର ମହକ । ୧୨ ମାସ ୧୩ ପର୍ବ ଭିତରେ ନୂଆଁଖାଇକୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ବଡ଼ ପର୍ବ ବୋଲି ମନାଯାଏ । ବର୍ଷର ପ୍ରଥମ ଫସଲକୁ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବା ପରମ୍ପରା ନୂଆଁଖାଇର ସଂଜ୍ଞା ବହନ କରେ ।

ଚାଷୀ ଏବଂ ନୂଆଁଖାଇର ନିଆରା ପରମ୍ପରା

ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥି ଯାହା ଅକ୍ଷୟ ତୃତୀୟା ଭାବରେ ବେଶ୍ ଜଣାଶୁଣା । ଏହି ଦିନ ଚାଷ ଅନୁକୁଳ କରେ ଚାଷୀ । ସକାଳୁ ସକାଳୁ ହଳ ନଙ୍ଗଳ ଧରି ଉତ୍ସାହରେ ଜମିକୁ ଯାଏ । ମାଟି ମାଁକୁ ପୂଜା କରି ଭଲ ଫସଳର କାମନା କରିବା ସହ ଅକ୍ଷି ମୁଠି ଆରମ୍ଭ କରେ । ଜୈଷ୍ଠ ମାସର ଟାଇଁ ଟାଇଁ ଖରା ପରେ ଅସରାଏ ବର୍ଷାରେ ସରିଆ ଧାନ ଗଜା ହୁଏ । ମାସକ ପରେ ବର୍ଷାୠତୁର ଆଗମନ ହୁଏ । ଚାଷ କାମରେ ମାତି ଯାଏ ଚଷା ପୁଅ । ରୁଆ ବେଉଷଣ ପରେ ହଳ ବଳଦର କାମ ସରି ଯାଇଥିବାରୁ ସେମାନଙ୍କୁ ରାକ୍ଷୀ ପିନ୍ଧାଇ ଗହ୍ମା ବା ରାକ୍ଷୀ ପୂର୍ଣ୍ଣିମୀ ପାଳନ କରାଯାଏ । ଦେଖୁ ଦେଖୁ ବିଲରେ ଖେଳି ଉଠେ ଧାନ କେଣ୍ଡା । ଭାଦ୍ରବ ମାସରେ ବିଲରେ ସରିଆ ଧାନ ପରିପୂର୍ଣ୍ଣ ହୋଇଯାଏ । ବର୍ଷକର ଅକ୍ଲାନ୍ତ ପରିଶ୍ରମ ପରେ ପ୍ରଥମ ଫସଲକୁ ପରମ୍ପରା ଅନୁଯାୟୀ ଗ୍ରାମର ଇଷ୍ଟଦେବୀଙ୍କୁ ଅର୍ପଣ କରେ ଚାଷୀ । ନୂଆଁଖାଇ ଆସିଲେ ଗାଁ ଗଣ୍ଡାରେ ଉତ୍ସବର ଆସର ଜମେ । ଘରେ ଘରେ କୁଣିଆଙ୍କ ଭିଡ଼ ଦେଖିବାକୁ ମିଳେ । ଯିଏ ଯୁଆଡେ ଥାଉ କିମ୍ବା ଯୁଆଡେ ଯାଇଥାଉ ନା କାହିଁକି ନୂଆଁଖାଇ ଆସିବା ଆଗରୁ ସମସ୍ତେ ଏ ଗୋଟିଏ ଦିନ ପାଇଁ ବି ଗାଁକୁ ଆସିଥାନ୍ତି । ଏପରିକି ବିଦେଶରେ ଥିଲେ ମଧ୍ୟ ନୂଆ ଖାଇବାକୁ ପ୍ରବାସୀ ଘର ବାହୁଡ଼ା ଦେଇଥାନ୍ତି । ଘର ଲିପାପୋଛା କରି ସପରିବାର ନୂଆ ବସ୍ତ୍ର ପରିଧାନ କରନ୍ତି । ବିଭିନ୍ନ ପ୍ରକାର ପିଠାପଣା ସାଙ୍ଗକୁ ସ୍ବତନ୍ତ୍ର ବ୍ୟଞ୍ଜନ ତିଆରି ହୋଇଥାଏ । ଶାଳ ଓ କୁରେଇ ପତ୍ରରେ ଖଲି ତିଆରି କରାଯାଇ ଥାଏ ।

ଏହା ମଧ୍ୟ ପଢ଼ନ୍ତୁ: ଏକତାର ପର୍ବ ନୂଆଁଖାଇ, ପର୍ଯ୍ୟାୟକ୍ରମେ ନୂଆ ଖାଇବେ କଳାହାଣ୍ଡିବାସୀ

ନୂଆ ଚୁଡା, ଗୁଡ, ଧାନ ସଂଗ୍ରହ କରି ନିଜ ଗ୍ରାମର ଇଷ୍ଟ ଦେବୀଙ୍କ ନିକଟରେ ପୂଜାପାଠ ପରେ ନବାନ୍ନ ଲାଗି କରାଯାଏ । ଏହାପରେ ଗାଁରେ ପାଳିତ ହୁଏ ନୂଆଁଖାଇ । ଆରମ୍ଭ ହୁଏ ଜୁହାର ଭେଟର ପର୍ବ । ସାନମାନେ ମୁଣ୍ଡିଆମାରି ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି । ଏହାପରେ ଜମେ ନାଚଗୀତର ଆସର । ଢୋଲ,ନିଶାନ ତାସା ସହ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଘୁମ୍‍ ଘୁମ୍‍ ଶବ୍ଦରେ ଦୁଲୁକି ଉଠେ ଗାଁ ମାଟି । ପରିବାର ପରିଜନଙ୍କ ସହ ଖୁସିରେ ଦିନଟି କଟିଥାଏ । ଚାଷ ଓ ଚାଷୀଙ୍କୁ ନେଇ ଏଠିକାର ଜୀବନ-ଜୀବିକା, ପର୍ବ-ପର୍ବାଣୀ ଓ କଳା-ସଂସ୍କୃତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.