ETV Bharat / state

ବେଆଇନ ବାଲି ଖାଦାନରେ ରାଜସ୍ୱ ବିଭାଗର ଚଢ଼ାଉ

author img

By

Published : Jul 6, 2022, 5:46 PM IST

କଳାହାଣ୍ଡି ଜିଲାରେ ବାଲି ଚୋର ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବାଲି ଖାଦାନରେ ରାଜସ୍ବ ବିଭାଗର ଚଢ଼ାଉ କରାଯାଇଛି । ଅଧିକ ପଢ଼ନ୍ତୁ

revenue raids on illegal sand quarries in kalahandi
ବେଆଇନ ବାଲି ଖାଦାନରେ ରାଜସ୍ୱ ବିଭାଗର ଚଢ଼ାଉ

ଭବାନୀପାଟଣା: କଳାହାଣ୍ଡି ଜିଲାରେ ବାଲି ଚୋର ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ତହସିଲ ଅଧୀନରେ ଥିବା ବାଲି ଘାଟ ଗୁଡିକରେ ଦିନ ରାତି ଲିଜ ସୀମାରୁ ଅଧିକ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଛନ୍ତି ବାଲି ମାଫିଆ । ଏହି ପରିପ୍ରେକ୍ଷୀରେ ବାଲି ଖାଦାନରେ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।

ବେଆଇନ ବାଲି ଖାଦାନରେ ରାଜସ୍ୱ ବିଭାଗର ଚଢ଼ାଉ

ପ୍ରତ୍ୟେକ ଦିନ ହଜାର ହଜାର ଟ୍ରାକ୍ଟରରେ ମାଫିଆମାନେ ବାଲି ବୋହି ନେଉଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ତହସିଲ ଅନ୍ତର୍ଗତ ବରଗାଁ ଠାରେ ଥିବା ଉଦନ୍ତୀ ନଦୀ ବାଲିଘାଟରୁ ବାଲି ଉତ୍ତୋଳନ ପାଇଁ ଲିଜ ଧାରୀ ଲିଜ ନେଇଥିଲେ । ତେବେ ଲିଜ ସୀମା ରୁ ୨ ଏକର ରୁ ଅଧିକ ଅଞ୍ଚଳରେ ବେଆଇନ ବାଲି ଖନନ କରି ଚୋରା ଚାଲାଣ କରୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆଜି ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଭବାନୀପାଟଣା ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ବୋର୍ଡା ରାଜସ୍ୱ ନିରୀକ୍ଷକଙ୍କ ନେତୃତ୍ବରେ ଏକ ଟିମ ବାଲି ଖାଦାନରେ ଚଢ଼ାଉ କରି ବେଆଇନ ବାଲି ଖାଦାନକୁ ସିଲ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.