ETV Bharat / state

ରେଳ ଧାରଣା ପାର ବେଳେ ମାଡି ଆସିଲା ଟ୍ରେନ, ଶରୀରରୁ ଅଲଗା ହୋଇଗଲା ଯୁବକଙ୍କ ହାତ ଗୋଡ

author img

By

Published : Jun 23, 2023, 8:47 AM IST

ରେଳ ଧାରଣା ପାର ବେଳେ ଯୁବକଙ୍କୁ ଧକ୍କା ଦେଲା ରଥଯାତ୍ରା ସ୍ପେଶାଲ ଟ୍ରେନ। ଶରୀରରୁ ଅଲଗା ହୋଇଗଲା ହାତ ଗୋଡ। ଅଧିକ ପଢନ୍ତୁ

train hit young man while crossing railway line

ଯୁବକଙ୍କୁ ଧକ୍କା ଦେଲା ଟ୍ରେନ

ଭବାନୀପାଟଣା: ରେଳ ଧାରଣା ପାର ହେଉଥିବା ବେଳେ ଅଘଟଣ । ଯୁବକଙ୍କ ଉପରେ ମାଡିଗଲା ରଥଯାତ୍ରା ସ୍ପେଶାଲ ଟ୍ରେନ୍‌ । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଗୁରୁତର ହୋଇପଡିଛନ୍ତି ଯୁବକ ଜଣଙ୍କ । ଟ୍ରେନ ଧକ୍କାରେ ଯୁବକଙ୍କ ଗୋଡ ଓ ହାତ ଶରୀରରୁ ଅଲଗା ହୋଇଯାଇଛି । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରରେ । ଗୁରୁତର ଯୁବକ ହେଉଛନ୍ତି ସେହି ଗାଁର ସୁଦାମ ଭୋଇ । ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ଗୁରୁବାର) ରାତି 8ଟା 30 ମିନିଟ ସମୟରେ ସୁଦାମ ଭୋଇ ରାମଚନ୍ଦ୍ରପୁର ସ୍ଥିତ ରେଳ ଧାରଣା ପାର ହେଉଥିଲେ । ଏହି ସମୟରେ ହଠାତ ପୁରୀରୁ ଜୁନାଗଡ଼ ଫେରୁଥିବା ଶ୍ରୀକ୍ଷେତ୍ର ରଥଯାତ୍ରା ସ୍ପେଶାଲ ଟ୍ରେନ୍ ନଂ ୦୮୯୦୪ ଅଚାନକ୍ ଚାଲି ଆସିଥିଲା । ଫଳରେ ଟ୍ରେନ ଧକ୍କାରେ ଯୁବକଙ୍କ ଦୁଇଟି ଗୋଡ଼ ଓ ଗୋଟିଏ ହାତ ସମ୍ପୂର୍ଣ୍ଣ କାଟି ଯାଇଥିଲା ।

ଦୁର୍ଘଟଣାର ପ୍ରାୟ ଦୁଇ ଘଣ୍ଟା ପରେ ସ୍ଥାନୀୟ ଲୋକେ ସୁଦାମ ଭୋଇକୁ ଗୁରୁତର ଅବସ୍ଥାରେ ଦେଖି ଉଦ୍ଧାର କରିବା ପରେ ଭବାନୀପାଟଣା ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସୁଦାମଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଏନେଇ ଖବର ପାଇ ମେଡ଼ିକାଲରେ ସଦର ଥାନା ପୋଲିସ ଓ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସେପଟେ ସୁଦାମ ପରିବାରର ଏକ ମାତ୍ର ରୋଜଗାରକ୍ଷମ ପୁଅ ହୋଇଥିବା ବେଳେ ତାଙ୍କର ଏପରି ଅବସ୍ଥା ପରେ ପରିବାରରେ ଦୁଃଖର ଛାୟା ଖେଳିଯାଇଛି । ଏହି ଘଟଣା ନେଇ ପୋଲିସ ଓ ଆହତ ଯୁବକଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଗଣମାଧ୍ୟମରେ କେହି ବି ପ୍ରତିକ୍ରିୟା ରଖିନାହାନ୍ତି

ଚଳିତ ମାସ 2 ତାରିଖରେ ସନ୍ଧ୍ୟାରେ ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା । କରମଣ୍ଡଳ ଏକ୍ସପ୍ରେସ ଲୁପ ଲାଇନକୁ ଚାଲିଯିବାରୁ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ବର୍ତ୍ତମାନ ସୁଦ୍ଧା 292 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 1000ରୁ ଅଧିକ ଆହତ ହୋଇଥିଲେ । ଏହି ବଡ ଧରଣ ଟ୍ରେନ ଦୁର୍ଘଟଣା ପରେ ରାଜ୍ୟରେ ବାରମ୍ବାର ଟ୍ରେନ ଦୁର୍ଘଟଣା ସାମ୍ନାକୁ ଆସିବାରେ ଲାଗିଛି । କେଉଁଠି ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେଉଛି ତ ଆଉ କେଉଁଠି ବଗି ଛାଡି ପଳାଉଛି ଇଞ୍ଜିନ । ପୁଣି କେଉଁଠି ଟ୍ରେନରୁ ଧୂଆଁ ବାହାରୁଥିବା ଖବର ସାମ୍ନାକୁ ଆସିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.