ETV Bharat / state

ଥୁଆମୂଳ ରାମପୁର ରାଜରାସ୍ତାରେ ଗଜରାଜଙ୍କ ରାଜ, ୮ଘଣ୍ଟା ଯାତାୟାତ ଠପ - ୮ଘଣ୍ଟା ଯାତାୟାତ ଠପ

ଥୁଆମୂଳ ରାମପୁର ରାଜରାସ୍ତାରେ ଗଜରାଜଙ୍କ ରାଜ । କଳାହାଣ୍ଡି ଥୁଆମୂଳ ରାମପୁର ରାଜରାସ୍ତାରେ ଗଜରାଜର ରାଜ ଦେଖିବାକୁ ମିଳିଥିବା ବେଳେ ବନବିଭାଗର ଦେଖାନଥିବା ହୋଇଛି ଅଭିଯୋଗ । ସ୍ଥାନୀୟ ଲୋକ ହାତୀ ଘଉଡ଼ାଇବା ପରେ ଦୀର୍ଘ ୮ଘଣ୍ଟା ପରେ ସ୍ବାଭାବିକ ହେଲା ଯାତାୟତ । ଅଧିକ ପଢନ୍ତୁ

ଥୁଆମୂଳ ରାମପୁର ରାଜରାସ୍ତାରେ ଗଜରାଜଙ୍କ ରାଜ, ୮ଘଣ୍ଟା ଯାତାୟାତ ଠପ

author img

By

Published : Nov 6, 2022, 5:06 PM IST

ଭବାନୀପାଟଣା: ଥୁଆମୂଳ ରାମପୁର ରାଜରାସ୍ତାରେ ଗଜରାଜଙ୍କ ରାଜ । କଳାହାଣ୍ଡି ଭବାନୀପାଟଣା ଥୁଆମୂଳ ରାମପୁର ରାଜରାସ୍ତାରେ ଏବେ ଗଜରାଜଙ୍କ ରାଜ (Elephant terror in Bhawanipatana) । ଫଳରେ ଅନେକ ସମୟରେ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ନିଯୁକ୍ତ ଥିବା ହାତୀ ସ୍କ୍ବାର୍ଡ଼ଙ୍କ ସମେତ ବନ କର୍ମଚାରୀଙ୍କ ଦେଖାନାହିଁ । ଫଳରେ ଏଠାରେ ଦୀର୍ଘ ୮ ଘଣ୍ଟା ଧରି ଯାତାୟାତ ଠପ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ କିଛି ଲୋକେ ହାତୀକୁ ଘଉଡ଼ାଇବା ପରେ ପୁଣି ଯାତାୟାତ ସ୍ବାଭାବିକ ହୋଇଥିଲା ।

ଥୁଆମୂଳ ରାମପୁର ରାଜରାସ୍ତାରେ ଗଜରାଜଙ୍କ ରାଜ, ୮ଘଣ୍ଟା ଯାତାୟାତ ଠପ

ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ ମଧ୍ୟ ଦେଇ ଯାଇଥିବା ଭବାନୀପାଟଣା ଥୁଆମୂଳ ରାମପୁର ରାସ୍ତାରେ ପ୍ରତ୍ୟେକ ଦିନ ଗଜରାଜଙ୍କ ରାଜ ଦେଖିବାକୁ ମିଳୁଛି । ଅନେକ ସମୟରେ ରାଜରାସ୍ତାରେ ଗଜରାଜ ଥିବା କାରଣରୁ ଲୋକେ ଭୟରେ ଏହି ରାସ୍ତା ଦେଇଯିବାକୁ ଡରୁଛନ୍ତି । ହାତୀକୁ ଘଉଡାଇବା ସହ ହାତୀ ଗତିବିଧି ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ହାତୀ ସ୍କ୍ବାର୍ଡ଼ଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଏହି ଟିମ ମଧ୍ୟ ସଠିକ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇ ପାରୁନାହିଁ । ଫଳରେ ଅନେକ ସମୟରେ ଗଜରାଜ ମଣିଷ ମୁହାଁମୁହିଁ ହେବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ଏହା ବି ପଢନ୍ତୁ- କେନାଲ ପାଣି ନଛାଡିଲେ ଧର୍ମଗଡ ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ସେହିପରି ଆଜି ଭୋର ୫ଟାରୁ କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ଫୁର୍ଲିଝରଣ ଜଳ ପ୍ରପାତ ନିକଟରେ ହାତୀ ଓ ମଣିଷ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ହାତୀ ସ୍କ୍ବାର୍ଡ଼ କିମ୍ବା ବନ କର୍ମଚାରୀ ନ ଥିବା ବେଳେ ଯାତ୍ରୀ ହାତୀ ଘଉଡେଇବା ପାଇଁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ରାସ୍ତା ଉପରେ ଗଜରାଜ ଥିବା ଯୋଗୁଁ ଭବାନୀପାଟଣା ଥୁଆମୂଳ ରାମପୁରକୁ ଦୀର୍ଘ ୮ ଘଣ୍ଟା ଧରି ଯାତାୟତ ଠପ ରହିଥିଲା ।

ଫଳରେ କିଛି ସ୍ଥାନୀୟ ଯୁବକ ଆସି ହାତୀ ଘଉଡେଇବା ପରେ ଗମନାଗମନ ସ୍ବାଭାବିକ ହୋଇଥିବା ଜଣାପଡିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ୮ଘଣ୍ଟା ମଧ୍ୟରେ ବନ ବିଭାଗର କୌଣସି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନଥିଲେ । ଗଜରାଜଙ୍କୁ ଘଉଡାଇବା ପାଇଁ ଦାୟିତ୍ବରେ ଥିବା କର୍ମଚାରୀଙ୍କ ଦେଖା ନ ମିଳିବା ଫଳରେ ଲୋକଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି । ଯାହାକୁ ନେଇ ଜନ ସାଧାରଣଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.