କଳାହାଣ୍ଡି: ଭାଇ-ଭଉଣୀଙ୍କ ବନ୍ଧନର ପବିତ୍ର ପର୍ବ ରକ୍ଷାବନ୍ଧନ । ଭାଇ ଭଉଣୀ ସମ୍ପର୍କର ନିଆରା ପର୍ବରେ ଭାଇର ଶୁଭ ମନାସି ତା ହାତରେ ରାକ୍ଷୀ ବାନ୍ଧି ଦିଏ ଭଉଣୀ । ଆଉ ସାରା ଜୀବନ ସୁରକ୍ଷା ବଚନ ନେଇଥାଏ ଭାଇ । ତେବେ ଆଜି ରକ୍ଷାବନ୍ଧନ ସାରା ରାଜ୍ୟରେ ବଡ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି ।
କଳାହାଣ୍ଡି ଜିଲ୍ଲାରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ପାଳିତ ହୋଇଛି । ଭାଇର ମଙ୍ଗଳ ପାଇଁ ଭଉଣୀ ବାନ୍ଧିଛି ରାକ୍ଷୀ । ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଉଭୟ ଭାଇ ଓ ଭଉଣୀ ମନରେ ଖୁସି ଓ ଆଖିରେ ଉତ୍ସାହ । ଆଜି ଗୋଟିଏ ଦିନରେ ସ୍ବାଧୀନତା ଦିବସ ଓ ରାକ୍ଷୀ ପୂର୍ଣ୍ଣିମା ପଡିଥିବାରୁ ଚାରିଆଡେ ଉତ୍ସବର ମାହୋଲ ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ