ଭବାନୀପାଟଣା: କଳାହାଣ୍ଡିରୁ ବେଆଇନ ପଥର ବ୍ଲାଷ୍ଟିଂ ସ୍ଥାନରେ ଚଢାଉ । ଜେସିବି ସହିତ ୪ ଟ୍ରାକ୍ଟର ଜବତ କରିଛି ରାଜସ୍ୱ ବିଭାଗ । ଏଥିସହ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ 60 ହଜାର ଟଙ୍କା ଜରିମାନା ଆଦାୟ କରିଛି ପୋଲିସ ।
ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କଲମପୁର ତହସିଲ ଅନ୍ତର୍ଗତ ଭାଟିଗାଁରେ ଥିବା ଏକ ପଥର କ୍ବାରୀରେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ କଲମପୁର ତହସିଲଦାର କରିଶ୍ମା ବେଶ୍ରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବେଆଇନ ପଥର କ୍ବାରୀରେ ଚାଢ଼ାଉ କରାଯାଇଥିଲା । ଚଢାଉବେଳେ ବ୍ଲାଷ୍ଟିଂ ସାମଗ୍ରୀ ସହ ୪ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନ ଜବତ କରାଯିବା ସହ ବେଆଇନ ପଥର ବ୍ଲାଷ୍ଟିଂ କାରବାରରେ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କ ଠାରୁ ୬୦ ହଜାର ଟଙ୍କା ଜରିମାନା ଆଦାୟ କରାଛନ୍ତି । ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ଉ ଜାରି ରହିବ ବୋଲି ତହସିଲଦାର କହିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ