ETV Bharat / state

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ପୁଷ୍ପେନ୍ଦ୍ର ସିଂଦେଓ - କଳାହାଣ୍ଡି ପୁଷ୍ପେନ୍ଦ୍ର ସିଂଦେଓ ଖବର

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ପୁଷ୍ପେନ୍ଦ୍ର ସିଂଦେଓ । ଅଧିକ ପଢନ୍ତୁ

ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ପୁଷ୍ପେନ୍ଦ୍ର ସିଂଦେଓ

author img

By

Published : Mar 13, 2022, 7:26 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀକୁ ନେଇ ଆଜି(ରବିବାର) ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନରେ ୩୬ଟି ଜିଲ୍ଲାପରିଷଦ ଆସନରୁ ୩୩ଟି ଆସନକୁ ଦଖଲ କରି ପରିଷଦ ଗଠନ କରିଛି ବିଜୁ ଜନତା ଦଳ । ୨୦୧୭ ମସିହାରେ ପଞ୍ଚାୟତ ନିର୍ବାଚନରେ ବିଜେପି ୩୩ଟି ଆସନକୁ ଦଖଲ କରିଥିଲା ଓ କଂଗ୍ରେସ ଦୁଇଟି ଆସନରେ ବାଜିମାତ କରିଥିଲା ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ପୁଷ୍ପେନ୍ଦ୍ର ସିଂଦେଓ

ସେହି ସମୟରେ ପୁଷ୍ପେନ୍ଦ୍ର ସିଂଦେଓ ବିଜେଡିର ଗଡ଼ ରକ୍ଷା କରି ମଦନପୁର ରାମପୁର ବ୍ଲକର ୨ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜୟ ହୋଇ ବିଜେଡିର ବିଜୟ ବାନା ଉଡାଇଥିଲେ । ଚଳିତ ପଞ୍ଚାୟତ ନିର୍ବାଚନରେ ସେହି ବ୍ଲକର ୧ ନମ୍ବର ଜିଲ୍ଲାପରିଷଦ ଜୋନରୁ ବିଜୟ ହୋଇଥିଲେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଥିଲା । ଅଧ୍ୟକ୍ଷ ଘୋଷଣା ପରେ ଉତ୍ସବ ମୁଖର ହୋଇଛି ବିଜେଡି ଶିବିର ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.