ETV Bharat / state

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ପୁଷ୍ପେନ୍ଦ୍ର ସିଂହଦେଓ - କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ ଖବର

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କଲେ । ଅଧିକ ପଢନ୍ତୁ

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ପୁଷ୍ପେନ୍ଦ୍ର ସିଂହଦେଓ

author img

By

Published : Mar 31, 2022, 7:33 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପରିଷଦ ଆସନକୁ ରାଜନୈତିକ ବେଶ ସରଗରମ ହୋଇଥିଲା । ନିର୍ବାଚନ ଫଳାଫଳ ପରେ ମଦନପୁର ରାମପୁର ବ୍ଲକ ଏକ ନମ୍ବର ଜିଲ୍ଲା ପରିଷଦ ଜୋନର ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ବିଜୟ ହେବା ସହ ଜିଲ୍ଲାର ୩୩ ଟି ଆସନକୁ ଦଖଲ କରିଥିଲା ବିଜେଡି ।

ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ପୁଷ୍ପେନ୍ଦ୍ର ସିଂହଦେଓ । ବୁଧବାର ବିଧିବଦ୍ଧ ଭାବରେ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବାବେଳେ ଜିଲ୍ଲାର ଅନେକ ବୁଦ୍ଧିଜୀବୀ, ବିଜେଡି କର୍ମୀ ସମେତ ସାମ୍ବାଦିକ ପୁଷ୍ପେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେପଟେ ଦାୟିତ୍ଵ ଗ୍ରହଣ ପରେ ଜିଲ୍ଲାର ଗ୍ରାମାଞ୍ଚଳର ବିକାଶ ତୃଣମୂଳ ସ୍ଥରରୁ ଆରମ୍ଭ ହେବ ଏବଂ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ସମସ୍ୟାର ସମାଧାନ ଦିଗରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ପୁଷ୍ପେନ୍ଦ୍ର ସିଂହଦେଓ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.