ଭବାନୀପାଟଣା: କଳାହାଣ୍ଡିରେ ବିଜେଡିର 'ଜନ ସଚେତନତା ଅଭିଯାନ' । କୋରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଶନିବାର କୋକସରା ଥାନାପଡାର 7 ଓ 8 ନମ୍ବର ଓ୍ବାର୍ଡରେ ବିଜେଡି ପକ୍ଷରୁ ଜନ ସଚେତନତା ଅଭିଯାନ କରାଯାଇଛି । ଧର୍ମଗଡ ବିଧାୟକ ମୌଷଧି ବାଗଙ୍କ ନେତୃତ୍ବରେ ଏହି ଅଭିଯାନ କାର୍ଯ୍ୟକାରୀ ହୋଇଛି । ଏହା ମାଧ୍ୟମରେ ଘର ଘର ବୁଲି ଲୋକଙ୍କୁ ସାନିଟାଇଜର ଓ ମାସ୍କ ବଣ୍ଟନ କରାଯାଇଛି ।
ମହାମାରୀ କବଳରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଇଛି । ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ମାସ୍କ ପିନ୍ଧିବାକୁ ଲୋକଙ୍କୁ ବାଧ୍ୟ କରାଯାଉଛି । ଏହି ପରିପ୍ରେକ୍ଷୀରେ ବିଜେଡିର 'ଜନ ସଚେତନତା' ଅଭିଯାନ ମାଧ୍ୟମରେ କୋକସରା ଥାନାପଡାର 7 ଓ 8 ନମ୍ବର ଓ୍ବାର୍ଡରେ ଲୋକଙ୍କୁ ସାନିଟାଇଜର ଓ ମାସ୍କ ବଣ୍ଟନ କରାଯିବା ସହ ସଚେତନତା କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅଭିନାଶ ଠାକୁର, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଉପ ସଭାନେତ୍ରୀ ବୈଶାଖୀ ନନ୍ଦ, ଆତ୍ମା ଅଧ୍ୟକ୍ଷ ରୁତୁରାଜ ମାଝୀ ଏବଂ କୋକସରା ବ୍ଲକ ସଭାପତି ସୁଶାନ୍ତ ବେହେରାଙ୍କ ସମେତ ଅନେକ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ