କଳାହାଣ୍ଡି: ଲାଞ୍ଜିଗଡ ବେଦାନ୍ତ ମୁଖ୍ୟ ଗେଟ ଆଗରେ ମହିଳାଙ୍କ ଧାରଣା । ଗତମାର୍ଚ୍ଚ ମାସରେ ଶ୍ରମିକ ଅଶାନ୍ତିକୁ ନେଇ ଶ୍ରମିକ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟିଥିଲା । ସେହି ସମୟରେ ଛତ୍ରପୁର ଗ୍ରାମର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।
ଏହାକୁ ନେଇ ବେଦାନ୍ତ କମ୍ପାନୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ 300 ଜଣ ଶ୍ରମିକଙ୍କ ନାମରେ ମାମଲା ରୁଜୁ କରି ପୋଲିସ 29 ଜଣ ଶ୍ରମିକଙ୍କୁ ଜେଲ ପଠାଇଥିଲା । ଅନ୍ୟପଟେ ଏବେ ମଧ୍ୟ ପୋଲିସ ଅନ୍ୟ ଶ୍ରମିକଙ୍କୁ ଖୋଜୁଛି ।
ଗିରଫଦାରୀ ଭୟରେ ଛତ୍ରପୁର ଗାଁ ଏବେ ପୁରୁଷ ଶୂନ୍ୟ ହୋଇ ପଡ଼ିଛି । ଏହାକୁ ନେଇ ଆଜି ଗ୍ରାମର ମହିଳା ମାନେ ବେଦାନ୍ତ ଗେଟ ଆଗରେ ଧାରଣାରେ ବସି ରହିଛନ୍ତି । କମ୍ପାନୀର ଜୁଲମ ବିରୋଧରେ ପ୍ରତିବାଦ ସହ ସେମାନଙ୍କ ଉପରେ ଲାଗିଥିବା ମିଥ୍ୟା ଆରୋପ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ