ETV Bharat / state

ଆଦିବାସୀ ମାନ୍ୟତା ଦାବିରେ ବିକ୍ଷୋଭ ପ୍ରଦର୍ଶନ

author img

By

Published : Dec 21, 2021, 6:13 PM IST

ଲୁହୁରା, ଲୋହାର, ଲହରା, କମାର ଓ ବିନ୍ଧାଣି ଜାତିକୁ ଆଦିବାସୀ ଜାତି ଭାବେ ମାନ୍ୟତା ଦେବା ତଥା ଓ ଜାତିର ସାମୁହିକ ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଦାବିରେ ଆଜି କଳାହାଣ୍ଡି ଜିଲ୍ଲା ଲୁହୁରା ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଧିକ ପଢନ୍ତୁ

ଆଦିବାସୀ ମାନ୍ୟତା ଦାବିରେ ବିକ୍ଷୋଭ ପ୍ରଦର୍ଶନ
ଆଦିବାସୀ ମାନ୍ୟତା ଦାବିରେ ବିକ୍ଷୋଭ ପ୍ରଦର୍ଶନ

ଭବାନୀପାଟଣା: ଲୁହୁରା, ଲୋହାର, ଲହରା, କମାର ଓ ବିନ୍ଧାଣି ଜାତିକୁ ଆଦିବାସୀ ଜାତି ଭାବେ ମାନ୍ୟତା ଦେବା ତଥା ଓ ଜାତିର ସାମୂହିକ ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଦାବିରେ ଆଜି କଳାହାଣ୍ଡି ଜିଲ୍ଲା ଲୁହୁରା ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ବସବାସ କରୁଥିବା କମାର ବା ଲୁହୁରା ସମ୍ପ୍ରଦାୟଙ୍କ କୌଳିକ ବୃତ୍ତି ହେଲା ଲୁହାରେ ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରି କରିବା । ରାଜ୍ୟରେ ଏମାନଙ୍କ ସଂଖ୍ୟା ହେଲା ୧୨ ଲକ୍ଷ । ଅନ୍ୟମାନଙ୍କ ଅପେକ୍ଷା ଏମାନେ ସାମାଜିକ ଶିକ୍ଷା ଓ ଆର୍ଥିକ କ୍ଷେତ୍ରରେ ବହୁତ ପଛୁଆ ।

ଆଦିବାସୀ ମାନ୍ୟତା ଦାବିରେ ବିକ୍ଷୋଭ ପ୍ରଦର୍ଶନ

ଏହି ଲୁହୁରା ସମ୍ପ୍ରଦାୟକୁ ଅନ୍ୟ ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଆଦି ରାଜ୍ୟ ମାନଙ୍କରେ ସରକାର ଆଦିବାସୀ ମାନ୍ୟତା ଦେଇଥିବା ବେଳେ ବର୍ତ୍ତମାନ ଯାଏଁ ଓଡ଼ିଶାରେ ବସବାସ କରୁଥିବା ଲୁହୁରା ସଂପ୍ରଦାୟଙ୍କୁ ଏହି ମାନ୍ୟତା ମିଳି ପାରିନାହିଁ। ଯଥାଶୀଘ୍ର ରାଜ୍ୟ ସରକାର ଲୁହୁରାମାନଙ୍କୁ ଆଦିବାସୀ ମାନ୍ୟତା ଦାବିରେ ଆଜି କଳାହାଣ୍ଡି ଜିଲ୍ଲା ଲୁହୁରା ସମାଜ ପକ୍ଷରୁ ଧର୍ମଗଡ଼ଠାରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଲୁହୁରାମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଆନ୍ଦୋଳନକାରୀମନେ ଚେତାବନୀ ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.